ଓଡିଶାରେ ଏପ୍ରିଲ ୧୧ରୁ ୪ଟି ପର୍ଯ୍ୟାରେ ଭୋଟ, ୧୮ରୁ ନାମାଙ୍କାନ ଦାଖଲ

ଭୁବନେଶ୍ବର : ଏପ୍ରିଲ ୧୧ରୁ ଓଡିଶାରେ ଆରମ୍ଭ ହେବ ମତଦାନ । ୭ଟି ପର୍ଯ୍ୟାରେ ସାରାଦେଶରେ ମତଦାନ  ଗ୍ରହଣ କରାଯିବ । ମେ ୧୯ରେ ମତ ଦାନ ସରିବ । ମେ ୨୩ରେ ହେବ ଫଳା ଫଳ ଘୋଷଣା । ଏନେଇ ଆଜି ନିର୍ବାଚନ କମିଶନ ସୁନିଲ ଆରୋରା ଘୋଷଣା କରିଛନ୍ତି ।

ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ କରାଯିବ । ଏପ୍ରିଲ ୧୧ ତାରିଖ, ୧୮ ତାରିଖ, ୨୩ ତାରିଖ ଓ ୨୯ ତାରିଖରେ ଭୋଟ ଗ୍ରହଣ କରାଯିବ ।  ଏପ୍ରିଲ ୧୧ରେ ୪ଟି ଲୋକସଭା ସିଟ ପାଇଁ ହେବ ମତଦାନ ହେବ । ସେହିପରି  ଏପ୍ରିଲ ୧୮ରେ ୫ ଲୋକସଭା ସିଟ, ୨୩ ତାରିଖରେ ୬ ଲୋକସଭା ଆସନ ଓ ୨୯ ତାରିଖରେ ୬ଟି ଲୋକସଭା ଆସନ ପାଇଁ ମତଦାନ କରାଯିବ । ମେ ୨୩ରେ ହେବ ଫଳା ଘୋଷଣା କରାଯିବ ।

ସେହିପରି ୧୧ ତାରିଖରେ ୨୮ଟି ବିଧାନସଭା ସିଟ, ୧୮ ତାରିଖରେ ୩୫ଟି  ବିଧାନସଭା ସିଟ ୨୩ ତାରିଖ ୪୨ଟି ବିଧାନସଭା ଆସନ  ଓ ୨୯ ତାରିଖରେ ବି ୪୨ଟି ବିଧାନସଭା ଆସନରେ  ଭୋଟ ଗ୍ରହଣ କରାଯିବ ।  ମେ ୨୩ରେ ହେବ ଫଳା ଘୋଷଣା କରାଯିବ । ଏଥିପାଇଁ ଆଜି ଠାରୁ ଆଚରଣ ବିଧି ଲାଗୁ ହୋଇଛି ।  ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ୧୮ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବ ।