ସର୍ବଦଳୀୟ ବୈଠକରେ ନିଷ୍ପତ୍ତି : ବିନା ପ୍ରଶ୍ନକାଳରେ ଦୈନିକ ସାଢେ ଚାରିଗଣ୍ଟା ଚାଲିବଗୃହ

୨୦ ତାରଖରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର : ବିନା ପ୍ରଶ୍ନକାଳରେ ଦୈନିକ ସାଢେ ଚାରିଗଣ୍ଟା ଚାଲିବଗୃହ । ବିଧାନସଭାରେ ଏଥର ବି ରହିବନି ପ୍ରଶ୍ନକାଳ । ଦିନକୁ ସାଢେ ୪ ଘଣ୍ଟା ଚାଲିବ ଗୃହ । ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି ବାଚସ୍ପତି । ୨୦ ତାରିଖ ଅଧିବେଶନ ଆରମ୍ଭ ଦିନ ହିଁ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି ବିରୋଧୀ ।
ମୌସୁମୀ ଅଧିବେଶନ ଭଳି ଏଥର ବି ସମାନ ଢଙ୍ଗରେ ହେବ ବିଧାନସଭାର ଶୀତ ଅଧିବେଶନ । ଏଥର ବି ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ଦୈନିକ ସାଢ଼େ ୪ଘଣ୍ଟା ଚାଲିବ ଗୃହ । ଆସନ୍ତା ୨୦ ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକମାନଙ୍କର ବସିବା ସ୍ଥାନ ନିରୂପଣ କରାଯାଇଛି। ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡ଼ିଓ କଂଫେରେନସିଂ ଯୋଗେ ସାମିଲ୍ ହୋଇ ପାରିବେ । ପ୍ରଶ୍ନକାଳ ନ ରଖିବାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ । ସେପଟେ ବିରୋଧି ଦଳ ନେତା ମଧ୍ୟ ଏହି ନିଷ୍ପତିକୁ ନାପସନ୍ଦ କରିଛନ୍ତି ।
ସେପଟେ ଶାସକ ଦଳର ନେତାଙ୍କ ଯୁକ୍ତି, ପ୍ରଶ୍ନକାଳ ରହିଲେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ମନ୍ତ୍ରୀମାନେ ବାରମ୍ବାର ଆଲୋଚନା କରିବେ । ସେଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ପାନୀୟ ଜଳ, ଡାକ୍ତର, ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା , ବିଜୁଳି ଦର ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛି ବିଜେପି । କଂଗ୍ରେସ ମଧ୍ୟ ପ୍ରସଙ୍ଗ ତାଲିକା ପ୍ରସ୍ତୁତ କରିଛି । ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ନିଶା କାରବାର ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ । ସେପଟେ ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ

odisha assembly all party meeting