ଭୁବନେଶ୍ୱର:ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଦେଖାଦେଇଛି । କଂଗ୍ରେସ ଚାଷୀ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଗୋଟିଏ ପଟେ ବିରୋଧୀ ବିଜେପି ଦଳ ଗୃହକୁ ନ ଆସିବା ବେଳେ କଂଗ୍ରେସ ଚାଷୀ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଛି । ପ୍ରଶ୍ନକାଳ ଆରମ୍ଭରେ ସାମୁଦ୍ରିକ ଥାନା ଧାମରା ଓ ସାମୁଦ୍ରକି ଅନ୍ୟ ଥାନା ଗୁଡ଼ିକରେ ଆବଶ୍ୟକୀୟ କର୍ମଚାରୀ ନାହାଁନ୍ତି । ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ କଂଗ୍ରେସ ନେତା ମାନେ ଚାଷୀ ପ୍ରସଙ୍ଗ ନେଇ ଗୃହ ମଧ୍ୟକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ । ମଣ୍ଡିରୁ ଚାଷୀର ଧାନ ଉଠୁନି । ଟୋକେନ ବ୍ୟବସ୍ଥାରେ ଚାଷୀଙ୍କୁ ଟୋକେନ ଲାଗୁ ହୋଇ ନାହିଁ । ଏହି ସବୁ ପ୍ରଶ୍ନ ନେଇ କଂଗ୍ରେସ ହୋହଲ୍ଲା କରିଥିଲା । ଏହା ସହ ବିଜେପି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଗତ ଶନିବାର ଭଳି ଆଜି ମଧ୍ୟ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛି । ଫଳରେ ସ୍ଥିତିରେ ସୁଧାର ଆଣିବା ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।