ଭୁବନେଶ୍ୱର:ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ । ଆଜି ମଧ୍ୟ ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଯାଇଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ବିରୋଧୀଙ୍କ ହୋହାଲ୍ଲାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୨ଟା ଯାଏଁ ମୁଲବତୀ ଘୋଷଣା କରିଛନ୍ତି ।
ଗତକାଲି ଭଳି ଆଜି ମଧ୍ୟ ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି । କଂଗ୍ରେସ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ପ୍ରସଙ୍ଗ ନେଇ ମୁଲତବୀ ନୋଟିସ ଜାରି କରିଥିଲା । ଏହି ପ୍ରସଙ୍ଗରେ ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସବିଶେଷ ଉତ୍ତର ରଖି ନାହାଁନ୍ତି । ଆଜି ମଧ୍ୟ ସ୍ମିତାରାଣୀ ହତ୍ୟା ପ୍ରସଙ୍ଗରେ ପ୍ରଶ୍ନ କରି ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ ବିରୋଧୀ ହଟ୍ଟଗୋଳ କରିଥିଲେ । ଏହା ସହ ବିରୋଧୀ ଦଳ ଫ୍ଲାକେଟ ଧରି ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି ଓ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ରଙ୍ଗଶାଳା ପଛରେ କିଏ ରହିଛି ତା ଉପରେ ଆଲୋଚନା ପାଇଁ ଦାବୀ କରିଥିଲେ । ଫଳରେ ହୋହାଲ୍ଲା କାରଣରୁ ଗୃହକୁ ଦିନ ୧୨ଟା ଯାଏଁ ବାଚସ୍ପତି ସୂର୍ଯ୍ୟ ପାତ୍ର ମୁଲତବୀ ଘୋଷଣା କରିଛନ୍ତି ।
ସ୍ମିତାରାଣୀ ମାମଲା ଓ ନାରୀ ନିର୍ଯ୍ୟାତନା ରାଜ୍ୟରେ ସୀମା ଲଂଘିଛି ବୋଲି ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା କରିବାକୁ ଦାବୀ କରିଥିଲେ ବିରୋଧୀ । ତେବେ ଆଜି ପ୍ରଶ୍ନକାଳ କିପରି ସ୍ୱାଭାବିକ ହେବ ତାହା ସ୍ୱଷ୍ଟ ହୋଇପାରୁ ନାହିଁ ।