ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ପାଣ୍ଡିଆନ ପିଲାଙ୍କ ସହ ଦୀପାବଳି ପାଳିଲେ

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ଓ ୫ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଆଜି ପିଲାମାନଙ୍କ ଗହଣରେ ଦୀପାବଳି ପାଳିଛନ୍ତି । ମୁଖ୍ୟମନ୍ତ୍ରୀ ଏସ ଓଏସ ଭିଲେଜ ଯାଇ ପିଲାମାନଙ୍କ ସହ ଦୀପାବଳି ସେଲିବ୍ରେସନ କରିଥିବାବେଳେ ରାଜ୍ୟର ମୁଖ୍ୟଶାସନ ସଚିବ ଭୁବନେଶ୍ୱରର ଚେତନା ଗୃହରେ ପିଲାଙ୍କ ସହ ଦୀପାବଳି ପାଳିଛନ୍ତି । ସଂଧ୍ୟାରେ ଚେତନା ଗୃହରେ ପହଁଚିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ଚେତନା ଗୃହରେ ମିଠା ବାଣ୍ଟିବା ସହ ବିନା ଶଦ୍ଧ ସୃଷ୍ଟିକାରୀ ବାଣ ଫୁଟାଇଥିଲେ ।


ସେପଟେ ୫ଟି ସଚିବ ଭି କେ ପାଣ୍ଡିଆନ କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋଷ୍ଟ ହଷ୍ଟେଲରେ ପାଳିଛନ୍ତି ଦୀପାବଳି । ସ୍ପୋଷ୍ଟ ହଷ୍ଟେଲରେ ଥିବା ଅନ୍ତେବାସୀଙ୍କୁ ମିଠା ବାଣ୍ଟିଥିଲେ । ସେମାନଙ୍କ ସହ ବସି ଖାଇଥିଲେ ପାଣ୍ଡିଆନ । ପିଲାମାନେ କିପିରି ସ୍ପୋଷ୍ଟ ହଷ୍ଟେଲରେ ରହୁଛନ୍ତି ଓ ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହ ସ୍ପୋଷ୍ଟ ହଷ୍ଟେଲର ଉନ୍ନତି କିପରି ହେବ ସେନେଇ ଆଶ୍ୱାସନ ଦେଇଥିଲେ ।