ଓଡିଶାରେ କରୋନା ପଜିଟିଭ ସଂଖ୍ୟା ୩ କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱ୬ର ବାସିନ୍ଦା ରହିଥିବା ଜଣାପଡିଛି । ଏନେଇ ଆଜି ସନ୍ଧ୍ୟା ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଇଟରରେ ସୂଚନା ଦିଆଯାଇଛି । ନୂତନ ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଏବେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାଧାରଣରେ କୋକୁଆ ଭୟ ପ୍ରକାଶ ପାଇଛି । ତୃତୀୟ ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ଗସ୍ତ ସୂଚୀସହ ସେ କାହା କାହା ସହ ସଂସ୍ପର୍ଶରେ ଅସିଛନ୍ତି ସେନେଇ ସ୍ୱାସ୍ଥ୍ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଆସୋଲେସନ୍ ରେ ରଖାଯିବ । ତାଙ୍କ ସଂସ୍ପର୍ଶରେ କେତେ ଜଣ ଲୋକ ଆସିଛନ୍ତି , କେତେ ଦିନ ଧରି ସେ କେଉଁଠି କେଉଠି ଗସ୍ତ କରିଥିଲେ , ତାହାର ସନ୍ଧାନ ପାଇଁ ସ୍ୱାସ୍ଥ୍ ବିଭାଗ ପକ୍ଷରୁ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏଥିନିମନ୍ତେ ବିଭାଗ ପକ୍ଷରୁ ୧୦ ଟି ମନିଟରିଂ ଟିମ୍ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।