ଉଡ଼ାନ ଯୋଜନାରେ ଓଡ଼ିଶାର ୩ଟି ଏୟାରପୋର୍ଟ ହେବ ସାମିଲ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଉଡ଼ାନ ୪ ଯୋଜନାରେ ସାମିଲ ହେବେ ଓଡ଼ିଶାର ତିନୋଟି ଏୟାରପୋର୍ଟ । 

ଆଜି କେନ୍ଦ୍ର ବିମାନ ସଚିବଙ୍କ ସହ ମୁଖ୍ୟ ସଚିବ ଏକ ବୈଠକ ବସିଥିଲା । ଏହି ବୈଠକରେ ଛୋଟ ଛୋଟ ସହରକୁ ମଧ୍ୟ ବିମାନ ସେବା ଯୋଗାଇବା ଉପରେ ଆଲୋଚନା କରାଯାଇଛି । ଉଡ଼ାନରେ ଜୟପୁର, ରାଉରକେଲା ଓ କେବିବେ ଜିଲ୍ଲାର ଉତ୍କେଲା ଏୟାରପୋର୍ଟ ସାମିଲ ହେବା ନେଇ ନିଷ୍ପତି ନିଆଯାଇଛି । ପୂର୍ବରୁ ଏହି ଯୋଜନାରେ ଝାରସୁଗୁଡ଼ା ବିମାନ ବନ୍ଦର ସାମିଲ ରହିଛି ।  ଆଂଚଳିକ କ୍ଷେତ୍ରରେ ବିମାନ ସେବା ପହଂଚାଇବା ପାଇଁ କେନ୍ଦ୍ର ସରକାର ୨୦୧୬ରୁ ଉଡ଼ାନ ଯୋଜନା ଆରମ୍ଭ କରିଛନ୍ତି ।