ଦୁଇଦିନ କାଳବୈଶାଖୀ, ୩୦ରୁ ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଆସନ୍ତା  ଦୁଇଦିନ ଲାଗିରହିବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉତର ଉପକୂଳ ଓ ଆଭ୍ୟନ୍ତରୀଣ ଉତର ଓଡ଼ିଶାରେ  ମଧ୍ୟମ ଧରଣର ବର୍ଷା ହେବ । ଏଥିସହିତ ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ୪୦ରୁ ୫୦କିମି ବେଗରେ ପବନ ବହିବ। କିଛି ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଢ଼େଙ୍କାନାଳ, କେନ୍ଦୁଝର, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ। ଆସନ୍ତା ୨୯ରୁ ୧ ମଧ୍ୟରେ ରାଜ୍ୟର କିଛି ଅଂଚଳରେ ବଜ୍ରପାତ ଓ ବର୍ଷାର ସମ୍ଭାବନା ରହିଛି।

ଆସନ୍ତା ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବାର ୪୮ଘଂଟା ଭିତରେ ଘନୀଭୂତ ହେବା ସହିତ ଏହା ପ୍ରଥମେ ଉତର-ଉତର ପଶ୍ଚିମ ଦିଗରେ ଗତି କରିବ ଏବଂ ତାପରେ ଉତର-ଉତର ପୂର୍ବ ଦିଗରେ ଗତି କରି ଆଣ୍ଡାମାନ ଓ ନିକୋବର ଉପକୂଳରେ ପହଂଚିବ। ତେବେ ଲଘୁଚାପ ଦ୍ବାରା ଓଡ଼ିଶା ବି​‌େଶ‌ଷ ପ୍ରଭାବିତ ହେବ ନାହିଁ କିମ୍ବା ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।