ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଓଡ଼ିଶାକୁ ଫେରିଲେ ଶ୍ରୀଲଙ୍କାରେ ଫସିରହିଥିବା ୧୧ ଶ୍ରମିକ

ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସି ରହିଥିବା ୧୧ ଶ୍ରମିକ ଆଜି ଓଡ଼ିଶାକୁ ଫେରିଛନ୍ତି । ଏହି ଶ୍ରମିକମାନେ ଶ୍ରୀଲଙ୍କାରେ ଠିକାଦାରଙ୍କ ଅଧିନରେ ରହି କାର୍ଯ୍ୟ କରୁଥିଲେ । ସେମାନେ ଓଡ଼ିଶାକୁ ଫେରିବା ନେଇ ଚେଷ୍ଟା କରୁଥିଲେ ବି ତାହା ସମ୍ଭବ ହେଉ ନ ଥିଲା । ମାତ୍ର ଏ ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ । ପରିଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ ଫଳରେ ଏହା ସମ୍ଭବ ହୋଇଛି । ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତ୍ରାଳୟ ଦ୍ୱାରା ପରିଶେଷରେ ଆଜି ସେମାନେ ଓଡ଼ିଶା ଫେରିଛନ୍ତି । ଆଜି ଓଡ଼ିଶା ଫେରିବା ପରେ ସାଂସଦ ପାତ୍ର ସେମାନଙ୍କୁ ସ୍ୱାଗତ କରିଥିଲେ । ତେବେ ଓଡ଼ିଶା ଫେରିବା ନେଇ ଉକ୍ତ ଶ୍ରମିକମାନେ ରାଜ୍ୟ ସରକାର ତଥା ସାଂସଦ ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।