ଗୁଗୁଲ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା

ସାନ୍ ଫାନସିସକୋ: ଗୁଗୁଲ ଟ୍ରାନ୍ସଲେଟରରେ ଆଉ ଟି ଭାଷା ଅର୍ନ୍ତଭୁକ୍ତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସର୍ଚ ଇଞ୍ଜିନ ଜାଏଂଟ ଗୁଗୁଲ ଘୋଷଣା କରିଛି । ତେବେ ଏହି ଭାଷା ମଧ୍ୟ ଓଡ଼ିଆ ଭାଷା ମଧ୍ୟ ସାମିଲ ରହିଛି । ତେବେ ଟି ଭାଷା ଗୁଡିକ ହେଉଛି, କିନିୟାରୱାଣ୍ଡା, ଓଡ଼ିଆ, ତାତାର, ତୁର୍କମେନ୍ ଏବଂ ଉୟିଘର । ଏ ବିଷୟରେ  ଘୋଷଣା କରିଛନ୍ତି ‘ଗୁଗଲ୍‌ ଟ୍ରାନ୍‌ସଲେଟ୍‌’ର ସଫ୍‌ଟ୍‌ୱର୍ ଇଞ୍ଜିନିୟର୍‌ ଆଇଜାକ୍‌ କ୍ୟାସ୍‌ୱେଲ୍।

ଏହି ନୂଆ ଭାଷାଗୁଡ଼ିକ ଉଭୟ ଟେକ୍‌ଷ୍ଟ୍‍  ୱେବ୍‌ସାଇଟ୍‌ ଅନୁବାଦରେ ସହାୟକ ହେବ। ବିଶେଷକରି କିନିୟାର୍‌ୱାଣ୍ଡା, ତାତାର୍‌ ଏବଂ ଉୟିଘୁର୍‌ ଭାଷା ଭର୍ଚୁଆଲ୍‌ କି’ବୋର୍ଡ ଇମ୍‌ପୁଟ୍‌କୁ ସପୋର୍ଟ କରିବ।

କ୍ୟାସ୍‌ୱେଲ୍ ଆହୁରି କହିଛନ୍ତି ଯେ ବିଶ୍ୱରେ ୭୫ ନିୟୁତରୁ ଅଧିକ ବ୍ୟକ୍ତି ବ୍ୟବହାର କରୁଥିବା ଏହି ଭାଷାଗୁଡ଼ିକୁ ଆମେ ‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ରେ ୪ ବର୍ଷ ମଧ୍ୟରେ ଅନ୍ତର୍ଭୁକ୍ତ କରିଛୁ। ଫଳରେ ‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ର ଅନୁବାଦ ଭାଷାସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।

କିନିୟାରୱାଣ୍ଡା ରୱାଣ୍ଡାର, ଓଡ଼ିଆ ଓଡ଼ିଶାର, ତାତାର ରୁଷ୍‌, ୟୁକ୍ରେନ୍‌ ଓ ଉଜ୍‌ବେକିସ୍ତାନର, ତୁର୍କମେନ୍‌ ତୁର୍କମେନ୍‌ସ୍ତାନ ଓ ଉୟିଘୁର୍‌ ଭାଷା।