ସୁଟିଂରେ ଓଡିଶା ଝିଅ ଶ୍ରୀୟଙ୍କାଙ୍କୁ ସ୍ବଣ୍ଣ

ଜର୍ମାନୀରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁଟିଂ ପ୍ରତିଯୋଗିତା

ଭୁବନେଶ୍ବର  : ଜର୍ମାନୀରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି ଓଡିଶା ସମ୍ବଲପୁରର ସୁଟିଂ ଗାର୍ଲ ଶ୍ରୀୟଙ୍କା ଷଡଙ୍ଗୀ । ଚଳିତ ମାସ ୨୩ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ମ୍ୟୁନିକ ସହରରେ ଏଚ ଏଣ୍ଡ ଏନ କପ୍ ପ୍ରତିଯୋଗିତାରେ ଜିତିଛନ୍ତି ଶ୍ରୀୟଙ୍କା । ରୁଷର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତ । ଦଳଗତ ମିଶ୍ରିତ ବର୍ଗରେ ସେ ଏହି ସଫଳତା ହାସଲ କରିଛନ୍ତି। ଶ୍ରୀୟଙ୍କା ଓ ଲକ୍ଷ୍ୟ ‌ସେରନଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲରେ ରୁଷିଆ ଦଳକୁ ୨ (୫୦୨.୯-୫୦୦.୯) ପଏଣ୍ଟ୍‌ ବ୍ୟବଧାନରେ ହରାଇ ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଛନ୍ତି ।

୨୦୦୯ ମସିହାରୁ ଭାରତୀୟ ଦଳର ପ୍ରତିନିଧିତ୍ବ କରି ଆସୁଥିବା ଶ୍ରୀୟଙ୍କା କନିଷ୍ଠ ଓ ବରିଷ୍ଠ ବର୍ଗରେ ଏକାଧିକ ସଫଳତା ପାଇ ସାରିଛନ୍ତି ଶ୍ରୀୟଙ୍କା । ବର୍ତ୍ତମାନ ପର୍ଯ୍ୟନ୍ତ ୪ଟି ସ୍ବର୍ଣ୍ଣ ସହିତ ୧୨ଟି ପଦକ ସେ ଜିତି ସାରିଛନ୍ତି। ଅନ୍ତର୍ଜାତୀୟ ସୁଟିଂରେ ଦେଶର ପ୍ରତିନିଧିତ୍ବ କରିବାରେ ସେ ଏକମାତ୍ର ଓଡିଆ। ବିଭିନ୍ନ ମହଲରୁ ଶ୍ରୀୟଙ୍କାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।