ରିଜର୍ଭ ବ୍ୟାଙ୍କ ଇଡି ପଦରେ ଓଡ଼ିଆ ଅଫିସର ରବିନାରାୟଣ

ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ରେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ଡକ୍ଟର ରବି ନାରାୟଣ ମିଶ୍ରଙ୍କୁ ପଦୋନ୍ନତି ମିଳିଛି । ପୂର୍ବରୁ ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଡକ୍ଟର ମିଶ୍ରଙ୍କୁ ଆର୍ବିଆଇର କାର୍ଯ୍ୟନିର୍ବାହୀ ନିଦ୍ଦେର୍ଶକ (ଇଡି) ଭାବେ ପଦୋନ୍ନତି ଦିଆଯାଇଛି । ସେ ଏନ୍ବିଏଫ୍ସି ଏବଂ କୋଅପ୍ରେଟିଭ୍ ବ୍ୟାଙ୍କର ସୁପରଭିଜନ କାର୍ଯ୍ୟ ସମ୍ଭାଳିବେ । ରୋଜମେରି ସେବାଷ୍ଟିଆନ୍ଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଆର୍ବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିଲା । ଡକ୍ଟର ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାରେ । ସେ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ସହ, ମୁମ୍ବାଇ ଏବଂ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ବିଭିନ୍ନ ଡିଗ୍ରୀ ହାସଲ କରିଛନ୍ତି ।