ଗୁଗଲ୍‌ ଆପ୍‌ରେ ସ୍ଥାନ ପାଇବ ‘ଓଡ଼ିଆ’ ଭାଷା

ଭୁବନେଶ୍ୱର:ଓଡ଼ିଆମାନଙ୍କ ପାଇଁ ବଡ଼ ଘୋଷଣା କରିଛି ଗୁଗଲ୍‌ । ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଓଡ଼ିଆ ଭାଷା ସ୍ଥାନ ପାଇବ । ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ଆପ୍ଲିକେସନ୍‌ରେ ସ୍ଥାନ ପାଇଛି । ପରେ ଅନ୍ୟ ଆପ୍‌ରେ ମଧ୍ୟ ଓଡ଼ିଆ ବିକଳ୍ପ ରହିବ । ଫଳରେ ଇଂରାଜୀ ଏବଂ ଅନ୍ୟ ଭାଷାଗୁଡ଼ିକ ନ ଜାଣିଥିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ।

ପୂର୍ବରୁ ତାମିଲ, ତେଲଗୁ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ଼ ଏବଂ ମାଲାୟଲମ୍‌ ପୂର୍ବରୁ ଗୁଗଲ ଆପ୍ଲିକେସନ୍‌ରେ ସ୍ଥାନ ପାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଆ ଭାଷାକୁ ଗୁଗୁଲ୍‌ ଆପ୍‌ରେ ସାମିଲ କରାଯାଇଛି । ଅନ୍ୟ ସବୁ ଆପ୍ଲିକେସନ୍‌ ମଧ୍ୟରେ ଗୁଗଲ୍‌ ଲେନ୍ସ ଏବଂ ଗୁଗଲ୍‌ ବୋଲୋ ଆଦି ଆପ୍ଲିକେସନ୍‌ ଆଦି ରହିଛି । ଗୁଗଲ୍‌ ଲେନ୍ସରେ ଯେତେ ଶୀଘ୍ର ଓଡ଼ିଆ ଉପଲବ୍ଧ ହେବ ଓଡ଼ିଆମାନେ ସହଜରେ ବିଭିନ୍ନ ଭାଷାରୁ ଅନୁବାଦ କରିବା ସହ ବିଭିନ୍ନ ସୂଚନାକୁ ସହଜରେ ବୁଝିପାରିବେ । ସେହିଭଳି ଗୁଗଲ୍‌ ବୋଲୋ ଆପ୍‌ କାହାଣୀ ଶୁଣାଇବା କାମ କରିଥାଏ । ଏହି ‘ରିଡର୍‌ ଆପ୍‌’ ଛୋଟ ପିଲାଙ୍କୁ ବହୁତ ସାହାଯ୍ୟ କରିବ ।