ଇଣ୍ଡିଆଜ୍‌ ଚାର୍ମିଙ୍ଗ୍‌ ଫେସ୍‌ ଗ୍ରାଣ୍ଡ୍‌ ଫିନାଲେରେ ଓଡ଼ିଆ ଝିଅ ଈପ୍‌ସିତା ଦାସ

ଭୁବ‌ନେଶ୍ବର : ମିଷ୍ଟର ଆଣ୍ଡ୍‌ ମିସ୍‌ ଚାର୍ମିଙ୍ଗ୍‌ ଫେସ୍‌-୨୦୧୯ର ଗ୍ରାଣ୍ଡ୍‌ ଫିନାଲେରେ ଏକମାତ୍ର ଓଡ଼ିଆ ଝିଅ ଭାବେ ଈପ୍‌ସିତା ଦାସ ପ୍ରବେଶ କରିଛନ୍ତି। ଆସନ୍ତା ୧୪ ତାରିଖ ଦିନ ରାଜସ୍ଥାନର ଜୟପୁରରେ ଶେଷ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗ୍ରାଣ୍ଡ୍‌ ଫିନାଲେରେ ଓଡ଼ିଆ ଝିଅ ଈପ୍‌ସିତାଙ୍କୁ ସମର୍ଥନ କରିବା ପାଇଁ ଫେସ୍‌ବୁକ୍‌ରେ ‘ଇଣ୍ଡିଆଜ୍‌ ଚାର୍ମିଂଙ୍ଗ୍‌ ଫେସ୍‌’ ସାଇଟ୍‌କୁ ଯାଇ ଈପ୍‌ସିତା ଦାସଙ୍କ ଫଟୋକୁ ଲାଇକ୍‌ କରିବା ସହ କମେଣ୍ଟ୍‌ ଦେଇ ସେୟାର କରି ଜିତାଇବାକୁ ଈପ୍‌ସିତାଙ୍କ ଶୁଭେଚ୍ଛୁ ଓ ପ୍ରଶଂସକମାନେ ନିବେଦନ କରିଛନ୍ତି। ରବିବାର ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଲାଇକ୍‌, ସେୟାର, କମେଣ୍ଟ୍‌ ଦେଇ ଈପ୍‌ସିତାଙ୍କୁ ବିଜୟୀ ମୁକୁଟ ପିନ୍ଧାଇବାରେ ସହଯୋଗ କରିପାରିବେ।