ନୂଆବର୍ଷରେ ପରଦାରେ “କୁଇନ୍”

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ “କୁଇନ୍” ନୂଆବର୍ଷରେ ପ୍ରେକ୍ଷାଳୟକୁ ଆସୁଛି । ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ଏହି ଫିଲ୍ମରେ ଲିଡ ରୋଲରେ ଅଛନ୍ତି ବର୍ଷା ।

ବିଦିଶ କ୍ରାଫ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନାରେ ବିଜୟ କାଣ୍ଡୋଇ ଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ବିଜୟ ମଲ୍ଲଙ୍କ ସଂଳାପ, ମଳୟ ମିଶ୍ରଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଏହି ଫିଲ୍ମରେ ବର୍ଷାଙ୍କ ଅପୋଜିଟରେ ଅଛନ୍ତି ଜୟଜିତ୍ । ଅନ୍ୟମାନଙ୍କ ମଧ୍ୟରେ ପପି ସନ୍ତୁକା, ହରି, ଅନନ୍ତ ପ୍ରମୁଖ ଭାବେ ଏଥିରେ ଅଭିନୟ କରିଛନ୍ତି । ପ୍ରେମ ଓ ଆବେଗକୁ ନେଇ ସମୃଦ୍ଧ ହୋଇଛି ଏହି ଚଳଚ୍ଚିତ୍ର । ଏହାର ଗୀତ ଗୁଡିକ ବେଶ୍ ମନଛୁଆଁ ହୋଇଛି ।