“ମୋ ଜୀବନ ତୁ” ଓଡିଆ ଫିଲ୍ମର ଶୁଭ ମହୁରତ

ଅପ୍ରେଲ୍ ୧’ତାରିଖରେ ଆରମ୍ଭ ହେବ ସୁଟିଂ

ଭୁବନେଶ୍ୱର :  ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ଭିନ୍ନ ସ୍ୱାଦର ଓଡିଆ ଚଳଚ୍ଚିତ୍ର “ମୋ ଜୀବନ ତୁ” ।  ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ  ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ପ୍ରଦୀପ ଓ ଅଙ୍କିତା ଭୌମିକ୍ । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ସରୋଜ ଦାସ, କାଳିଆ, ପପୁ ସନ୍ତୁକ, ରିସ୍ନା, ଟନିଆ, ବାବୁ ପ୍ରଧାନ, ନେହା ଓ ଶୁଭଶ୍ରୀଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ ।

ଫିଲ୍ମର ମହୁରତରେ ପ୍ରଯୋଜକ ଇମ୍‌ତିୟାଜ ଅଲ୍ଲି, ଯୁଗ୍ମ ନିର୍ଦ୍ଦେଶକ ଲୁବୁନ୍‌-ଟୁବୁନ୍‌, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, ଅଭିନେତା ପ୍ରଦୀପ ଓ ଅଙ୍କିତା ଭୌମିକଙ୍କ ସମେତ ଅନ୍ୟ କଳାକାର ଉପସ୍ଥିତ ଥିଲେ । ଫେଷ୍ଟିଭ ଡିଭାଇନ୍ ଇନ୍‌ଫ୍ରା ଆଣ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର୍ ତଳେ ନିର୍ମିତ ଏହି ଫିଲ୍ମରେ ଅନେକ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସୁମଧୁର ସ୍ୱର ଶୁଣିବାକୁ ମିଳିବ । ଯେଉଁଥିରେ ସାମିଲ ଅଛନ୍ତି ହ୍ୟୁମାନ୍ ସାଗର, ଇରା ମହାନ୍ତି, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ଅସୀମା ପଣ୍ଡା, ଦିପ୍ତୀରେଖା ପାଢୀ ଓ ସ୍ୱୟମ୍ ପାଢୀ ।  “ମୋ ଜୀବନ ତୁ”ର ସୁଟିଂ ଅପ୍ରେଲ୍ ୧’ତାରିଖରେ ଆରମ୍ଭ ହେବ ।

odia film mo jiban tu mahurat