ମିଆଁମାରରେ ଚମକିବେ ବୌଦ୍ଧର ଝିଅ ଅନିଶା ମହେର

ବିୟୁଟି ପିଜଂଟେ ଅଫ୍ ଲିଟିଲ୍ ମିସ୍ ପେସିଫିକ୍ ଓବାର୍ଲଡ-୨୦୨୧ରେ ପ୍ରି-ଟିନ ବିଭାଗରେ ଭାରତକୁ ପ୍ରତିନିଧିତ୍ବ

ବୌଦ୍ଧ : ବୌଦ୍ଧର ଝିଅ ଅନିଶା ମହେର । ନବମ ଶ୍ରେଣୀରେ ପଢୁଥିବା ଅନିଶା ଆସନ୍ତା ବର୍ଷ ଏପ୍ରିଲ ମାସରେ ମିଆଁମାରର ମଣ୍ଡଲେ ଠାରେ ହେବାକୁ ଥିବା ଆନ୍ତର୍ଜ।ତୀୟ ବିୟୁଟି ପିଜଂଟେ ଅଫ୍ ଲିଟିଲ୍ ମିସ୍ ପେସିଫିକ୍ ଓବାର୍ଲଡ-୨୦୨୧ରେ ପ୍ରି-ଟିନ ବିଭାଗରେ ଭାରତକୁ ପ୍ରତିନିଧିତ୍ବ କରିବା ପାଇଁ ମନୋନୀତ ହୋଇଛନ୍ତି। ଏବେ ସେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ।
ବିଶ୍ବର ୩୫ଟି ଦେଶର ପ୍ରତିଯୋଗୀ ଏହି ସୋ’ ରେ ଅଂଶ ଗ୍ରହଣ କରିବେ। ଭାରତରୁ ଅନିଶା ଜଣେ ମାତ୍ର ପ୍ରତିନିଧି ଯିଏ ଏହି ସୋ ରେ ଅଂଶ ଗ୍ରହଣ କରିବେ। ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ସଫଳତା ପାଇଁ ଦେଶବାସୀଙ୍କ ଆଶିର୍ବ।ଦ ଚାହିଁଛନ୍ତି ଅନିଶା ।
ନୃତ୍ୟ, ଗୀତ, ଫେସନ ସୋ, ଚିତ୍ରକଳା ତଥା କରାଟରେ ଅନିଶା ରୁଚି ରଖନ୍ତି। ଲକଡାଉନ ସମୟରେ ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ତଥା ଇଣ୍ଡିଆ ଇଣ୍ଟରନ୍ୟାସନାଲ ପିଜଂଟେ କମ୍ପାନୀର ଅଧ୍ୟକ୍ଷ ଅମର ସାମୁ ମନଓବାନେଙ୍କ ଦ୍ବାରା ଆୟୋଜିତ ଏକ ଅଲଲାଇନ ପ୍ରି-ଟିନ(୧୪ ବର୍ଷରୁ କମ୍)ଫେସନ ସୋ ରେ ଅଡିସନ ଦେଇଥିଲେ ।ଏହି ପ୍ରତିଯୋଗୀତାରେ ଦେଶର ବଛା ବଛା୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଅନିଶା ଜଣେ ମାତ୍ର ପ୍ରତିଯୋଗୀ ହିସାବରେ ମନୋନୀତ ହୋଇପାରିଛନ୍ତି।

odia daughter amisa will perform in foreign