ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣ ପାଇଁ ପ୍ରେସ ଉଦଘାଟିତ

ନିଜ୍ବସ ପ୍ରେସ୍ ଉଦଘାଟନ ହେବାଫଳରେ ପାଠକଙ୍କୁ ସକାଳ ତାଜା ଖବର ଯୋଗାଇପାରିବ : ମାନସ ମଙ୍ଗରାଜ

ଜୟପୁର: ପବିତ୍ର ବାହୁଡ଼ା ଯାତ୍ରାରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣ ପାଇଁ ଉଦଘାଟନ ହୋଇଛି ନିଜସ୍ବ ପ୍ରେସ୍ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରେସର ଉଦଘାଟନ କରିଥିଲେ । ନିଜ୍ବସ ପ୍ରେସ୍ ଉଦଘାଟନ ହେବାଫଳରେ ପାଠକଙ୍କୁ ସକାଳ ତାଜା ଖବର ଯୋଗାଇପାରିବ ବୋଲି ମାନସ ମଙ୍ଗରାଜ ଆଶା ପ୍ରକାଶ କରିଛନ୍ତି ।

odia daily sakala jaipur edition press inaugurated by manas mangaraj
ଉଦଘାଟନୀ ଉତ୍ସବରେ ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ୍ ମଲ୍ଲିକ, କାର୍ଯ୍ୟନିର୍ବାହୀ ସଂପାଦକ ସମରେନ୍ଦୁ ଦାସ ଏବଂ ଜୟପୁର ସଂସ୍କରଣର ମୁଖ୍ୟ ରାକେଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସାମ୍ବାଦିକ ଏବଂ ଏଜେଣ୍ଟ ମଧ୍ୟ ଉପସ୍ଥିତ ଥିଲେ । ଉପାନ୍ତ ଅଞ୍ଚଳର ଲୋକଙ୍କ ସମସ୍ୟା କିପରି ସକାଳରେ ପ୍ରତିଫଳନ ହେବ ଏବଂ ଲୋକଙ୍କ ପ୍ରସଙ୍ଗ ହେବ ସେଥିପ୍ରତି ବିଶେଷ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି କର୍ମକର୍ତ୍ତା ।

odia daily sakala jaipur edition press inaugurated by manas mangaraj

ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଅତିଥିଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଆଜିର ଉଦଘାଟନୀ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସକାଳର ଉନ୍ନତ ଭବିଷ୍ୟତ କାମନା କରିଥିଲେ ।

odia daily sakala jaipur edition press inaugurated by manas mangaraj