ଇତିହାସ ରଚିଲେ ଓଡ଼ିଆ ପୁଅ ଆସ୍ୱାଥ

ନୂଆଦିଲ୍ଲୀ: ଋଷିଆରେ ଚାଲିଥିବା ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ଆସ୍ୱାଥ ନାରାୟଣନ | ୪୫ ତମ ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶାର ଆସ୍ୱାଥ ନାରାୟଣନଙ୍କୁ ସ୍ବର୍ଣ୍ଣ ମିଳିଥିବାବେଳେ ୱାଟର ଟେକ୍‌ନୋଲୋଜିରେ ସେ ସ୍ବର୍ଣ୍ଣ ଜିତିଛନ୍ତି | ନାରାୟଣନଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଆସ୍ୱାଥ ନାରାୟଣନଙ୍କ କୃତିତ୍ୱ ଓଡିଶା ପାଇଁ ଗର୍ବର ବିଷୟ |

ଏହି ପ୍ରତିଯୋଗିତାରେ ୬୩ଟି ଦେଶ ଭାଗ ନେଇଥିବାବେଳେ ଜଳ ସମ୍ବଦ୍ଧିୟ ପ୍ରକଳ୍ପ ନିର୍ମାଣ କରି ଆସ୍ୱାଥ ସ୍ବର୍ଣ୍ଣ ଜିତିଥିଲେ | ଏହି ଅଵସରରେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ମଧ୍ୟ ଆସ୍ୱାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଆସ୍ୱାଥଙ୍କୁ ଛାଡି ଅନ୍ୟ ୩ ଭାରତୀୟ ମଧ୍ୟ କୃତିତ୍ୱ ହାସଲ କରିଛନ୍ତି |

ଏହି ତିନିଜଣ ହେଉଛନ୍ତି ପ୍ରଣବ ନୁତଳପାତି, ସଞ୍ଜୟ ପରମାଣିକ ଓ ଶ୍ଵେତା ରତନପୁରା | ଏଠାରେ ସୂଚନା ଥାଉ କି ୨୦୦୭ ମସିହାରୁ ଭାରତ ଏହି ପ୍ରତିଯୋଗିତାରେ ଭାଗ ନେଇଆସୁଛି |