ଫଟୋ ଭାଇରାଲ ପରେ ଏଭଳି ମତ ରଖିଲେ ଅଭିନେତ୍ରୀ ଏଲିନା

ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଂଚଳରେ ଫଟୋ ଉଠାଇବା ସହ ଭିଡିଓ କରିବା ନେଇ ୩ ଅଭିନେତ୍ରୀ ଫସିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଏଲିନା ସାମନ୍ତରାୟ ଜଣେ । ଏହାକୁ ନେଇ ଏଲିନା କହିଛନ୍ତି ଯେ, “ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି” । ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ୍‌ ସାଇଟ୍‌ରେ ତାହା ଅପଲୋଡ୍‌ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ଏଣିକି ଯେବେ କେହି ମୋ ଭିଡିଓ କ୍ୟାପ୍ଚର କରିବେ, ମୁଁ ଧ୍ୟାନ ଦେବି।” ଏହା ସହିତ ପୋଲିସର ସମସ୍ତ ତଦନ୍ତକୁ ସାମ୍ନା କରିବି ବୋଲି ଏଲିନା କହିଛନ୍ତି।

ଏହି ଭିଡିଓରେ ଏଲିନାଙ୍କ ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଲୋଭିନା ନାୟକଙ୍କୁ ଦେଖିବାକୁ ମିଳିଛି। ନିଷିଦ୍ଧାଞ୍ଚଳରେ କେତୋଟି କାର୍‌ ମଧ୍ୟ ଛିଡ଼ା ହୋଇଥିବା ଭାଇରାଲ ଭିଡିଓରେ ଦେଖାଯାଉଛି।

କାହା ଅନୁମତିରେ ସେମାନେ ସେଠାକୁ ଗଲେ ଓ ଫଟୋ ଉଠାଇବାକୁ ସେମାନଙ୍କୁ କିଏ ଅନୁମତି ଦେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ହୀରାକୁଦ ଏସ୍‌ଡିପିଓଙ୍କୁ ରିପୋର୍ଟ ଦେବାକୁ ସମ୍ୱଲପୁର ଏସ୍‌ପି  ନିର୍ଦ୍ଦେଶ ଦେଇଛନ୍ତି।