ଏସବିଆଇର ଘୋଷଣା; ଅକ୍ଟୋବର ୧ରୁ ରେପୋ ରେଟ ସହ ଯୋଡାହେବ ସମସ୍ତ ଫ୍ଲୋଟିଂ ରେଟ

ନୂଆଦିଲ୍ଲୀ :  ଭାରତୀୟ ଷ୍ଟେଟ ବ୍ୟାଙ୍କ ଆସନ୍ତା ଅକ୍ଟୋବର ୧ ତାରିଖରୁ ନିଜର ଏମଏସଏଇ, ହାଉସିଂ, ଅଟୋ ଏବଂ ଅନ୍ୟ ରିଟେଲ ଋଣର ସୁଧଦରକୁ ରେପୋ ରେଟ ସହ ଯୋଡିବ । ସମସ୍ତ ପ୍ରକାର ଫ୍ଲୋଟିଂ ସୁଧହାର ଥିବା ଲୋନକୁ ବାହାର ବେଞ୍ଚମାର୍କ ରେପୋ ରେଟ ସହ ଯୋଡିବାକୁ ଯାଉଥିବା ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଦେଶର ସମସ୍ତ ବ୍ୟାଙ୍କ ଗୁଡିକୁ ନିଜର ସମସ୍ତ ଫ୍ଲୋଟିଂ ଦରର ଲୋନକୁ ଏକ ବାହାର ବେଞ୍ଚମାର୍କ ସହ ଯୋଡିବାକୁ ରିଜର୍ଭ ବ୍ୟାଙ୍କ ଗତ ସେପ୍ଟେମ୍ୱର ୪ ତାରିଖରେ ନିର୍ଦ୍ଦେଶ ଜାରି କହିଥିଲା । ଏସବିଆଇ ପକ୍ଷରୁ ସୋମବାର ଦିନ କହୁଯାଇଛି ଯେ, ସମସ୍ତ ଫ୍ଲୋଟିଂ ସୁଧଦର ଥିବା ଲୋନ୍ସକୁ ବାହାର ବେଞ୍ଚମାର୍କ ସହ ଯୋଡିବା ପାଇଁ ଆମେ ରେପୋ ରେଟକୁ ବାଛିଚୁ । ଅକ୍ଟୋବରରୁ ଏହି ନୂଆ ଦର ଲାଗୁ ହେବ ।

ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଗୁଡିକୁ ଚାରୋଟି ବାହାର ବେଞ୍ଚମାର୍କ ମଧ୍ୟରୁ ଗୋଟିଏକୁ ବାଛିବାକୁ ନିର୍ଦ୍ଦେଶ ଦେଇଥିଲା । ଏହି ବେଞ୍ଚମାର୍କ ଗୁଡିକ ହେଲା-

• ଆରବିଆଇର ରେପୋ ରେଟ

• ଭାରତ ସରକାରଙ୍କ ତିନି ମାସିଆର ଟ୍ରେଜରୀ ବିଲ ୟିଲ୍ଡ

• ଭାରତ ସରକାରଙ୍କ ଛଅ ମାସିଆ ଟ୍ରେଜରୀ ବିଲ ୟିଲ୍ଡ

• ଫାଇନାନ୍‌ସିଆଲ ବେଞ୍ଚମାର୍କ ଇଣ୍ଡିଆ ପ୍ରାଇଭେଟ ପକ୍ଷରୁ ପ୍ରକାଶିତ ହୋଇଥିବା ଅନ୍ୟ କୌଣସି ବେଞ୍ଚମାର୍କ ମାର୍କେଟ ସୁଧ ଦର ।

ଉଲ୍ଲେଖଯୋଗ୍ୟ ଯେ ଏସବିଆଇ ରେପୋ ରେଟ ଆଧାରିତ ଲୋନ ସ୍କିମ ଲାଗୁ କରିବାରେ ଦେଶର ପ୍ରଥମ ଥିଲା । ବ୍ୟାଙ୍କ ସର୍ବ ପ୍ରଥମେ ରେପୋ ରେଟ ସହ ଜଡିତ ଥିବା ସ୍କିମ ଲଞ୍ଚ କରିବା ନେଇ ଘୋଷଣା କରିଥିଲା ଏବଂ ଜୁଲାଇ ୧ରୁ ଏହାର ଆରମ୍ଭ କରିଥିଲା । ଏହାର ଲାଭ କେବଳ ନୂଆ ଗ୍ରାହାକଙ୍କୁ ମିଳୁଥିଲା । କିଛି ଦିନ ପୂର୍ବେ ବ୍ୟାଙ୍କ ଏହି ସ୍କିମକୁ ଫେରାଇ ନେଇଥିଲା । ବ୍ୟାଙ୍କ ଏକ ପ୍ରେସ ରିଲିଜ ଜାରି କରି କହିଥିଲା ଯେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା କିଛି ସ୍କିମରେ କିଛିରେ କିଛି ପରିବର୍ତ୍ତନ କରାଯାଇଛି ଏବଂ ଶୀଘ୍ର ଏହି ବିଷୟରେ ବିସ୍ତୃତ ସୂଚନା ପାଇଁ ବ୍ୟାଙ୍କର ୱେବସାଇଟରେ ଜାରି କରାଯିବ ।