୨୭ରେ ଓସିଏ ନିର୍ବାଚନ, ଆଜି ଦାଖଲ ହେବ ନାମାଙ୍କନ

ଭୁବନେଶ୍ୱର:ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଆଜି ନାମାଙ୍କନ ପତ୍ର ଦାଖଲ କରିହେବ ।  ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି । ଆସନ୍ତା...

ଭୁବନେଶ୍ୱର:ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଆଜି ନାମାଙ୍କନ ପତ୍ର ଦାଖଲ କରିହେବ ।  ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି ।

ଆସନ୍ତା ୨୭ ତାରିଖରେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବ । ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି । ଏଥିପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରାଯିବ  । ସେହିପରି ୨୧ ତାରିଖରେ ପାର୍ଥୀପତ୍ର ଯାଂଚ ହେବ  । ଏତତ୍ ବ୍ୟତୀତ ୨୨ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି  । ଏନେଇ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି । ସମ୍ପାଦକ ପଦ ଦୈାଡ଼ରେ ଆଶର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ପ୍ରାର୍ଥୀ ରହିଛନ୍ତି । ଓସିଏ ନିର୍ବାଚନ ଭୋଟର ତାଲିକାରେ ଆଶର୍ବାଦ ବେହେରାଙ୍କ ନାଁ ଥିବାରୁ ସେ ମଧ୍ୟ ଭୋଟ ଦେଇପାରିବେ ବୋଲି ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆର୍ଶର୍ବାଦ ବେହେରା ସିବିଆଇ ହାତରେ ଗିରଫ ହୋଇଛନ୍ତି । ଓଡ଼ିଶା ପ୍ରିମିୟର ଲିଗ ପାଇଁ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ । କୋଟିଏ ଟଙ୍କା ଆଣିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

Spread the love
Categories
ସ୍ପୋର୍ଟସ

RELATED BY