ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ : ଟପ ଥ୍ରୀରେ ମହିଳା,୧୦୬ କ୍ୱାଲିଫାଏ

ଭୁବନେଶ୍ବର : ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ। ଯୋଗ୍ୟ ବିବେଚିତ ୧୦୬ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅଛନ୍ତି ୪୨ ମହିଳା।  ଟପ୍ ତିନି ସ୍ଥାନରେ ବି ମାଜି ମାରିଛନ୍ତି ମହିଳା।  ସେହିପରି ପ୍ରଥମ ଥର ପାଇଁ ଝୋଡ଼ିଆ ସଂପ୍ରଦାୟର ଝିଅ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ  କୃତକାର୍ଯ୍ୟ ହୋଇଛନ୍ତି ୧୦୬ ଜଣ ଛାତ୍ରଛାତ୍ରୀ । ମେରିଟ୍ ଲିଷ୍ଟରେ ଟପ୍ପର ହେ।ଇଛନ୍ତି ଆୟୁଷୀ ମହାପାତ୍ର । ଦ୍ବିତୀୟ ସ୍ଥାନରେ ଅଛନ୍ତି ସଞ୍ଜିତା ମହାପାତ୍ର ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ପୁନମ ମହାପାତ୍ର । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ୧୦୬ ଜଣଙ୍କ ମଧ୍ୟ ମେ।ଟ ୪୨ ଜଣ ମହିଳା ଅଛନ୍ତି । ସେହିଭଳି ଏସସି ବର୍ଗରୁ ୨୧, ଏସଟି ବର୍ଗରୁ ୨୧ ଏବଂ ଏସଇବିସି ବର୍ଗରୁ ୧୩ ଜଣ ନିଯୁକ୍ତି ପାଇଁ ଯେ।ଗ୍ୟ ବିବେଚିତ ହେ।ଇଛନ୍ତି

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ୨୦୧୭ ଓଏଏସ୍ ପରୀକ୍ଷାରେ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି ମହିଳା ପ୍ରାର୍ଥୀ।

ଓଏଏସ୍ ପରୀକ୍ଷାରେ ବାଜି ମାରିଛନ୍ତି ପଛୁଆ ଜିଲ୍ଲାର ଝିଅ ସଂଧ୍ୟା ସମର୍ଥା। ପରିଶ୍ରମ ଓ ଦୃଢ ମନୋବଳ ଦ୍ବାରା ସଫଳକା ହାସଲ କରିଛନ୍ତି ମାଲକାନଗିରି ସାଲିମି ଗାଁର ସଂଧ୍ୟା। ବାପା କୁଲି ମଜୁରୀ କରି ପରିବାର ଚଳାନ୍ତି। ହେଲେ ଅଭାବ ଅନଟନ ତାଙ୍କ ସଫଳତାର ବାଟ ଓଗାଳିପାରିନି। ସେପଟେ କନଷ୍ଟେବଳ ଥିବା ନିଳାଦ୍ରୀବିହାରୀ ଦାଢିଆ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଝୋଡ଼ିଆ ସଂପ୍ରଦାୟର ପ୍ରଭାତୀ ଝୋଡ଼ିଆ ପ୍ରଶାସନିକ ସେବା ପରୀକ୍ଷା ସଫଳତା ପାଇଛନ୍ତି।

ଏଥର ଓଏଏସ୍ ପରୀକ୍ଷାରେ କଠିନ ପରିଶ୍ରମ ଆଗରେ ହାର ମାନିଛି ସବୁ ବାଧା, ଅଧ୍ୟବସାୟ ବଳରେ ମିଳିଛି ବଡ଼ ସଫଳତା।