ଓଏଏସସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ମୋଟ ୮ ଜଣ ଅଫିସରଙ୍କର ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଗତ ୩୧ ତାରିଖରେ ହୋଇଥିବା ବଦଳିକୁ ବାତିଲ କରାଯାଇ ନୂଆ ଜାଗାରେ ନିଯୁକ୍ତି ଦିଆଯାଇଛି ।

ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳସଚିବ କିଶୋର ଚନ୍ଦ୍ର ଦାସଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ, ସଂସ୍କୃତି ବିଭାଗର ଉପନିଦେ୍ର୍ଧଶିକା ସଂଘମିତ୍ରା ଶତପଥୀଙ୍କର ଯୁଗ୍ମ ନିର୍ବାଚନ ଅଧିକାରୀ, ସାଧାରଣ ପ୍ରଶାସନ ବିଭାଗର ଉପସଚିବ ଲୋକନାଥ ଦଳ ବେହେରାଙ୍କୁ ଗଜପତି ଜିଲ୍ଲା ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ (ପ୍ରଶାସନ), ସାଧାରଣ ପ୍ରଶାସନ ବିଭାଗର ଅନ୍ୟତମ ଉପ ସଚିବ ଶକ୍ତିକାନ୍ତ ରାୟଙ୍କୁ ଖୋର୍ଦ୍ଧା ଜିଲ୍ଲାର ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ (ପ୍ରଶାସନ) ଏବଂ ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅରଙ୍କୁ ଯାଜପୁର ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ (ପ୍ରଶାସନ) ଭାବେ ନିଯୁକ୍ତି ଦିଆଯାଇଛି । ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଶୁଭ୍ରା ମହାନ୍ତିଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ତାଙ୍କର ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି । ଖଦି ବୋଡର଼୍ର ଉପ ସଚିବ ରେଣୁପ୍ରଭା ନାୟକଙ୍କୁ ଦକ୍ଷତା ଓ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଯୁଗ୍ମ ସଚିବ ପୁରନ୍ଦର ଧାରୁଆଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି । ସେ ପୂର୍ବ ପରି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ କାର୍ଯ୍ୟ କରିବେ ।