ଇ ଏବଂ ପି ସେକ୍ଟରରେ କ୍ରମାଗତ ସଂସ୍କାର ଭାରତକୁ ଉର୍ଜା କ୍ଷେତ୍ରରେ କରିଛି ଆତ୍ମନିର୍ଭର – ଧର୍ମେନ୍ଦ୍ର ପ୍ରଧାନ

ଓଏଏଲପି-୫ରେ ପୁରସ୍କୃତ ୧୧ ବ୍ଲକ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଚୁକ୍ତିସ୍ୱାକ୍ଷର

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୧୭ – ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ୍ ଏକରେଜ୍ ଲାଇସେନ୍ସି ପଲିସି(ଓଏଏଲପି)ର ପଞ୍ଚମ ବିଡ଼୍ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ ବ୍ଲକ ପାଇଁ ଚୁକ୍ତିସ୍ୱାକ୍ଷର କରିଛି ।

-ଇଣ୍ଡିଆନ ଅଏଲ ଏବଂ ଓଏନଜିସିକୁ ଅଭିନନ୍ଦନ ଜଣାଇଲେ
– ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅନ୍ୱେଷଣ ପ୍ରକ୍ରିୟା ଏବଂ ଉତ୍ପାଦନରେ ଦ୍ରୁତ ବୃଦ୍ଧି ହେବ
– ଘରୋଇ ଉତ୍ପାଦନକୁ ବୃଦ୍ଧି ଓ ଦେଶର ଆମଦାନୀ ନିର୍ଭରତାକୁ ହ୍ରାସ କରିବା ନେଇ ଗୁରୁତ୍ୱ

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନ୍ୱେଷଣ ଏବଂ ଉତ୍ପାଦନ(ଇ ଏବଂ ପି) ସେକ୍ଟରରେ ଭାରତ ସରକାରଙ୍କ କ୍ରମାଗତ ବଜାର ସହଯୋଗୀ ସଂସ୍କାର ଫଳରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହନ ମିଳିଛି ଏବଂ ଭାରତକୁ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିଛି । ଆଗାମୀ ଦିନରେ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ଉପାୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ତଥା ଦେଶର ଆମଦାନୀ ନିର୍ଭରତାକୁ ହ୍ରାସ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଏଓଲପିର ପଞ୍ଚମ ରାଉଣ୍ଡ ଅଧୀନରେ ବିଗତ ବର୍ଷ ମାନଙ୍କରେ ବ୍ଲକ ପୁରସ୍କୁତ ହେବା ନୂଆ ଅନ୍ୱେଷଣ ଲାଇସେନ୍ସିଂ ପଲିସି(ଏନଇଏଲପି) ଦିଗରେ ବୃହତ ପଦକ୍ଷେପ । ଏହି ଅବସରରେ ଶ୍ରୀ ପ୍ରଧାନ ଇ ଏବଂ ପି ବ୍ଲକର ବିଡିଂ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଇଣ୍ଡିଆନ ଅଏଲ ଏବଂ ଓଏନଜିସିକୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଦ୍ୱାରା ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅନ୍ୱେଷଣ ପ୍ରକ୍ରିୟା ଏବଂ ଉତ୍ପାଦନରେ ଦ୍ରୁତ ବୃଦ୍ଧି ହେବ ।
ଓଏଏଲପିରେ ଏନଇଏଲପିର ସମସ୍ତ ନିୟମାବଳିକୁ ପାଳନ କରାଯାଇଛି । ପୂର୍ବରୁ ଅନ୍ୱେଷଣ ଏକ୍ରେଜରେ ୮୦,୦୦୦ ବର୍ଗ କିମି ପରିମିତ କ୍ଷେତ୍ରରେ ଉପଲବ୍ଧ ଥିବାବେଳେ ବର୍ତ୍ତମାନ ଓଏଏଲପି ପଞ୍ଚମ ରାଉଣ୍ଡରେ ପୁରସ୍କୃତ ବ୍ଲକ ଦ୍ୱାରା ଏହା ପାଖାପାଖି ବଢି ୨ ଲକ୍ଷ ୩୭ ହଜାର ବର୍ଗ କିମି ଉପଲବ୍ଧ ହୋଇଛି ବୋଲି ସେ
କହିଛନ୍ତି । ଉଲ୍ଲେଖନୀୟ ଯେ, ଚଳିତବର୍ଷ ଜାନୁଆରୀ ୧୪ ତାରିଖରେ ଏହି ରାଉଣ୍ଡର ଶୁଭାରମ୍ଭ ହୋଇଥିଲା ଏବଂ କୋଭିଡ୍ ମହାମାରୀ ସତ୍ତ୍ୱେ ବିଡ଼ିଂ ସଫଳତାର ସହ ଜୁନ ୩୦ରେ ସମାପ୍ତ ହୋଇଥିଲା ।

oalpbid round