ମାଲକାନଗିରିରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା। ମାଲକାନଗିରି ପୁଲିସ ଗୋରାସେତୁ ନିକଟରେ ଥିବା ତୋଟାଗୁଡା ଜଂଗଲରେ ବୁଲୁଥିବା ନକ୍ସଲମାନଙ୍କ ଉପରେ ଚଢଉ କରିଥିଲା। ପୁଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇଥିବା ବେଳେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ଘଟଣାସ୍ଥଳରୁ ଜଣେ ମିଲିଟ୍ରି ପ୍ଲାଟୁନ କମାଣ୍ଡରର ଶବ ଜବତ କରାଯାଇଛି।ଏହି ନକ୍ସଲକୁ ଚିହ୍ନଟ କରାଯାଇଛି। ସେ ମାଓ କମାଣ୍ଡର କିଶୋର ବୋଲି ପୁଲିସ କହିଛି। ତେବେ ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି।

ପ୍ରକାଶ ଥାଉକି ମାଓବାଦୀ ପାର୍ଟିର ମିଲିଟ୍ରି ପ୍ଲାଟୁନର ସଦସ୍ୟମାନେ ଜଂଗଲରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁଘୁରିବୁଲୁଥାନ୍ତି। ସଂଗଠନର ଯେତେବେଳେ ଏମାନଙ୍କୁ ଦରକାର ପଡେ ସେତେବେଳେ ଏମାନେ ଏମାନଙ୍କର ଶତ୍ରୁ ଉପରେ ଆକ୍ରମଣ କରିଥାନ୍ତି। ତେବେ ଗୁଇନ୍ଦା ସୂତ୍ରରୁ ଏମାନଙ୍କର ବୁଲିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଯାହାଫଳରେ ପୁଲିସ ଏହି ଅଂଚଳକୁ ଘେରାଉ କରିଥିଲା। ତେବେ ବହୁ ନକ୍ସଲ ଖସି ପଳାଇଯିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ପୁଲିସ ନକ୍ସଲ ପିଛା କରି ଗୁଳି ଚଳାଉଥିବା ଜଣାପଡିଛି।

nxalite death in malkanagiri Mao operation