ନର୍ସ ନିହାରିକା ହତ୍ୟା ମାମଲା: ଧରା ଦେଲା ବୟଫ୍ରେଣ୍ଡ

ଜଗତସିଂହପୁର:ନର୍ସ ନିହାରିକା ପାତ୍ର ହତ୍ୟା ମାମାଲରେ ସନ୍ଦେହ ଘେରରରେ ଥିବା ତାଙ୍କ ପ୍ରେମିକ କିଶୋର ଆଞ୍ଚଲ ଓରଫ୍‌ ରାଜା ଧରା ଦେଇଛି । ତାଙ୍କୁ ଅଜ୍ଞାତ ସ୍ଥାନରେ ପୋଲିସ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ମାତ୍ର ପୋଲିସ ଏ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

ଗତ ୮ ତାରିଖଠାରୁ ନିହାରିକା ପାତ୍ର ନିଖୋଜ ଥିଲେ । ସେ କଟକ ଏମ୍‌ଏମ୍‌ ମେଡ଼ିକାଲରେ କାମ କରୁଥିବାବେଳେ ରାଜାଙ୍କ ସହିତ କେଉଁଆଡ଼ା ପଳାଇ ଯାଇଥିବା କୁହାଯାଉଥିଲା । ମାତ୍ର ଗତ ମଙ୍ଗଳବାର ଦିନ ଜଗତସିଂହପୁର ବିରିଡ଼ି ବ୍ଲକ୍‌ ବିଲୁଆଖାଇ ନଦୀପଠାରୁ ଏକ ବସ୍ତା ଭିତରୁ ନିଖୋଜ ନିହାରିକା ପାତ୍ରଙ୍କ ମୃତଦେହ ମିଳିଥିଲା । ତାଙ୍କର ଗୋଡ଼ ହାତ ବନ୍ଧା ଯାଇଥିଲା । ଏଥିରେ ତାଙ୍କର ପ୍ରେମିକ ରାଜାଙ୍କର ସଂପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଘଟଣା ପରଠାରୁ ରାଜା ମଧ୍ୟ ଫେରାର ଥିଲା । ତା’ର କୌଣସି ପତ୍ତା ମିଳୁ ନ ଥିଲା । ତେବେ ସେ ଆଜି ଜଗତସିଂହପୁର ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି ।