ମୁମ୍ବାଇ : ମୁମ୍ବାଇରେ ୨୫୦ଜଣ ପୋଲିସକର୍ମଚାରୀ କରୋନା ସଂକ୍ରମିତ ଥିବା ମୁମ୍ବାଇ କମିସନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି। କିମସନର ସିଂହ କହିଛନ୍ତି, ଉକ୍ତ କର୍ମଚାରୀଙ୍କ ପରୀକ୍ଷା ପଜିଟିଭ୍ ଆସିଛି। କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହି ପୋଲିସ କର୍ମଚାରୀଙ୍କ କରୋନା ଲକ୍ଷଣ ବହୁତ ସାମାନ୍ୟ ରହିଛି। କାହାରିକୁ ବି ଆଇସିୟୁରେ ରଖାଯାଇ ନାହିଁ। ତେବେ ମୁମ୍ବାଇ ଭାରତର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ତାଲିକାରେ ରହିଛି।
ମୁମ୍ବାଇ ମହାନଗର ନିଗମ କହିବାନୁସାରେ, ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୧୦୫୨୭କୁ ପହଂଚି ଯାଇଛି। ଏଯାବତ ପ୍ରାୟ ୪୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଧାରାବି ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ୭୩୩ରେ ପହଂଚି ଥିବା ବେଳେ ଏଯାବତ ୨୧ଜଣଙ୍କ ମୃତ୍ୟୁ ହୋଇଛି।