ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ହେଉଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ମା’ ସମଲେଇ, ମା’ପାଟଣେଶ୍ୱରୀ, ମା’ ସୁରେଶ୍ୱରୀ, ମା’ ରାମଚଣ୍ଡୀ, ମା’ବିନ୍ଧ୍ୟବାସିନୀଙ୍କ ପାଦତଳେ କୋଟି କୋଟି ପ୍ରଣାମ । ଏହି ପର୍ବ ଉପଲକ୍ଷେ ଛୋଟ ବଡ଼ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚାଷ ଜମିରେ ଭଲ ଫସଲ ହେବା ଖୁସିରେ ଭଗବାନ ଏବଂ ମା’ଙ୍କୁ ସମର୍ପଣ କରି କୃତଜ୍ଞତା ଜଣାଇବା ହେଉଛି ଏହି ଗଣପର୍ବ । ଏହି ପର୍ବରେ ନୂଆ ଧାନକୁ ଭଗବାନଙ୍କ ଆଗରେ ସମର୍ପଣ କରିବା ସହ ପୂଜା କରିବା ପରେ ପରିବାର ସହ ମିଶି ଏକାଠି ଖାଇବା ପରମ୍ପରା ହେଉଛି ନୂଆଖାଇ । ଏକାଠି ଖାଇବା ପରେ ବଡ ମାନଙ୍କୁ ମୁଣ୍ଡି ମାରି ଆଶୀର୍ବାଦ ନେଇଥାନ୍ତି । ପରିବାର ଏବଂ ସମାଜରେ ଏକାଠି ମିଳିମିଶି ରହିବା ଏହି ପର୍ବର ଏକମାତ୍ର ଉଦ୍ଦେଶ୍ୟ ।