ଆଜି ନୂଆଁଖାଇ

ସମ୍ବଲପୁର:ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ । ଓଡିଶାର ପଶ୍ଚିମାଂଚଳର ଲୋକପର୍ବ ନୁଆଁଖାଇ ବା ନବାନ୍ନ ଏକ କୃଷି ଭିତିକ ଧାର୍ମିକ ଉତ୍ସବ । ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ପକ୍ଷ ପଂଚମୀ ତିଥୀ ଅର୍ଥାତ ଗଣେଶ ପୂଜା ପରଦିନ ଏହାକୁ ପାଳନ କରାଯାଇଥାଏ  । ଏହି ପର୍ବରେ ଇଷ୍ଟଦେବୀଙ୍କୁ ପ୍ରଥମେ ଅମଳକ୍ଷମ ଧାନ କେଣ୍ଡା ଭୋଗ ଚଢାଯାଏ ।

ଏହି ଉତ୍ସବରେ ସମସ୍ତେ ନିଜ ନିଜ ମଧ୍ୟରେ ଥିବା ଭେଦଭାବ ଭୁଲି ଏକାଠି ହୋଇଥାନ୍ତି । ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ  ମା ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହେବ । ସମସ୍ତଙ୍କ ଘରେ ମଧ୍ୟ ନୂଆଁଖାଇ  ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନବାନ୍ନ ପାଇଁ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରିବାକୁ ଦୋକାନ ବଜାରରେ ଭିଡ ମଧ୍ୟ ଲାଗି ରହିଛି ।