ନୂଆଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ନୂଆଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ୱିଟର ଜରିଆରେ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି, ଓଡ଼ିଶାର ଏକ ସର୍ବପୁରାତନ ପର୍ବ ନୂଆଖାଇର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ଆମର ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । ସମସ୍ତଙ୍କର ଉତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରର୍ଥନା ।