ସୁନ୍ଦରୀ ଫେରିବ ବାନ୍ଧବଗଡ, ମୁଖ୍ୟ ଶାସନ ସଚିବଙ୍କୁ ଏନଟିସିଏର ଚିଠି
ଓଡିଶାରେ ପ୍ରୋଜେକ୍ଟ ଟାଇଗର ଟ୍ରାନ୍ସଲୋକେସନ ସ୍ଥଗିତ ରଖିବାକୁ ନ୍ୟାସନାଲ ଟାଇଗର କନଞ୍ଜରଭେସନ ଅଥରଟି ନିସ୍ପତି
ଭୁବନେଶ୍ବର : ଫେରିଯିବ ବାଘୁଣି ସୁନ୍ଦରୀ । ସାତକୋଶିଆରୁ ନିଜ ବାସସ୍ଥାନ କାହ୍ନା ଅଭୟାରଣ୍ୟକୁ ଫେରାଇ ନେବାକୁ ନିସ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ଓଡିଶାରେ ପ୍ରୋଜେକ୍ଟ ଟାଇଗର ଟ୍ରାନ୍ସଲୋକେସନ ସ୍ଥଗିତ ରଖିବାକୁ ନ୍ୟାସନାଲ ଟାଇଗର କନଞ୍ଜରଭେସନ ଅଥରଟି ନିସ୍ପତି ନେଇଛନ୍ତି । NTCA ଙ୍କ କହିବା ଅନୁଯାଇ ସୁନ୍ଦରୀକୁ ଓଡିଶା ସରକାର ଏକ ଛୋଟ ଏନକ୍ଲୋଜରରେ ରଖିଛନ୍ତି । ଏହାସହ ତାକୁ ଧରିବା ପାଇଂ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇନି । ଫଳରେ ସୁନ୍ଦରୀର ଶିକାର କରିବା କ୍ଷମତା କମିଯାଇଛି । ଏ ସଂପର୍କରେ NTCA ଡିଆଇଜି ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଚିଠିଲେ ଲେଖିଛନ୍ତି, ବାଘକୁ ଛୋଟ ଏନକ୍ଲୋଜରରେ ରଖିଯାଇଛି । ବାଘ ରଖିବାନେଇ ଏସଓପି ପାଳନ ହୋଇନାହିଁ । କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଂ ଆବଶ୍ୟକୀୟ ଅର୍ଥ ଓଡିଶାକୁ ଦେଇଥିଲେ । କିନ୍ତୁ ଏହି ଅର୍ଥ ଅନ୍ୟ ଉପାୟରେ ଖର୍ଚ୍ଚ ହୋଇଥିବାରୁ ବିରକ୍ତ ପ୍ରକାଶ କରିଛନ୍ତି NTCA । ସେଥିପାଇଁ ସୁନ୍ଦରୀକୁ ପୁଣି ବାନ୍ଧବଗଡ ଫେରାଇବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏନଟିସିଏ ଅଥରଟି । ବାଘ ବଂଶ ବୃଦ୍ଧିନେଇ ଏହି ପ୍ରଖଲ୍ପ ଆରମ୍ଭ ହୋଇଥିଲା । ବାନ୍ଧବଗଡରୁ ବାଘ ଅଣାଯାଇ ସାତକୋଷିଆରେ ଛଡାଯାଇଥିଲା । ସେଥିରୁ ଗୋଟିଏ ବାଘ T-1 ର ମୃତ୍ୟୁ ହୋଇଥିଲା । ସେପଟେ ସୁନ୍ଦରୀ ଜଣେ ମଣିଷକୁ ଆକ୍ରମଣ କରି ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ବିରୋଧ ହେବାରୁ ସୁନ୍ଦରୀକୁ ପୁଣି ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରେ ରଖାଯାଇଛି ।