ବଢ଼ିଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଏବେ ସେ ଆହୁରି ୫ବର୍ଷ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାମ କରିବେ । ଏହା ସହ ତାଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି । ଡୋଭାଲ ୨୦୧୪ ମସିହାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୧୬ ଉରି ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ ଏବଂ ୨୦୧୯ରେ ବାଲାକୋର୍ଟ ସର୍ଜିକାଲ ଷ୍ଟାଇକ୍‌ ହୋଇଥିଲା । ସେ ୧୯୬୮ ବ୍ୟାଚର ଆଇପିଏସ ଅଫିସର ଡୋଭାଲ ଇଂଟଲିଜେନ୍ସ ବ୍ୟୁରୋର ମୁଖ୍ୟ ଥିଲେ । ୧୯୮୮ ମସିହାରେ ଡୋଭାଲଙ୍କୁ କୀର୍ତି ଚକ୍ର ସମ୍ମାନରେ ସମ୍ମନିତ କରାଯାଇଥିଲା । ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ବିଶ୍ୱସ୍ତ ଭାବେ ବି ଜଣାଶୁଣା ହେବା ସହ ୬ ବର୍ଷ ସେ  ସାମରିକ ମିସନରେ ପାକିସ୍ତାନରେ କଟାଇଥିଲେ ବୋଲି ଜଣାପଡ଼ିଛି ।