ନୂଆଦିଲ୍ଲୀ: ଏକ ବର୍ଷ ପାଇଁ ଏନଏସ ବିଶ୍ୱନାଥନଙ୍କୁ ଆରବିଆଇର ଡେପୁଟୀ ଗଭର୍ଣ୍ଣର ନିଯୁକ୍ତ କରାଯାଇଛି । ବିଶ୍ୱନାଥନଙ୍କୁ ଏହି ଦାୟିତ୍ୱ ଦ୍ୱିତୀୟଥର ପାଇଁ ଦିଆଯାଇଛି । ଏହା ପୂର୍ବରୁ ବିଶ୍ୱନାଥନଙ୍କୁ ଚାରି ଜୁଲାଇ ୨୦୧୬ରେ ଆରବିଆଇରେ ତିନି ବର୍ଷ ପାଇଁ ଡେପୁଟୀ ଗଭର୍ଣ୍ଣର ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ୟ୍ୟକାଳ ଆସନ୍ତା ଜୁଲାଇ ୩ରେ ଶେଷ ହେବାକୁ ଯାଉଥିଲା, କିନ୍ତୁ ଏହା ପୂର୍ବରୁ ସରକାର ତାଙ୍କୁ ପୁଣି ଥିରେ ଏକ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ସବୁଠାରୁ ବରିଷ୍ଠ ଡେପୁଟୀ ଗଭର୍ଣ୍ଣର ହେଉଛନ୍ତି ବିଶ୍ୱନାଥନ।
ଆରବିଆରରେ ଚାରି ଜଣ ଡେପୁଟୀ ଗଭର୍ନର ନିଯୁକ୍ତ ହୋଇଥାନ୍ତି । ଗଭର୍ଣ୍ଣରଙ୍କ ସୁପାରିସ କ୍ରମେ ସରକାର ନିଯୁକ୍ତ କରିଥାନ୍ତି । ପରମ୍ପରା ଅନୁସାରେ ଚାରି ଜଣ ଡେପୁଟୀ ଗଭର୍ଣ୍ଣରଙ୍କ ମଧ୍ୟରୁ ଆରବିଆଇ ଦୁଇ ଜଣ ଅଧିକାରୀ, ବ୍ୟାଙ୍କ କ୍ଷେତ୍ରରୁ ଜଣେ ଏବଂ ଅନ୍ୟ ଜଣେ ଜଣାଶୁଣା ଅର୍ଥଶାସ୍ତ୍ରୀ ହୋଇଥାନ୍ତି । ଚତୁର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ବିରଳ ଆଚାର୍ଯ୍ୟଙ୍କୁ ଜାନୁଆରୀ ୨୦,୨୦୧୭ରେ ନିଯୁକ୍ତ କରାଯାଇଥିଲା, କିନ୍ତୁ ନିକଟରେ ବିରଳ ଆଚାର୍ୟ୍ୟ ଡେପୁଟୀ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ ।