ଆରବିଆଇ: ଏଟିଏମରୁ ବାହାରିବନି ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ:ଦେଶରେ ୨୦୧୬ ମସିହା ନଭେମ୍ବର ୮ରେ ହୋଇଥିବା ବିମୁଦ୍ରିକରଣ ପରେ ୨୦୦୦ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ବଡ଼ ନୋଟକୁ ବ୍ୟାଙ୍କ ଏଟିଏମରୁ ଧିରେ ଧିରେ କମ କରୁଛି । ତେଣୁ ଏହି ପ୍ରକ୍ରିୟାକୁ ଏସବିଆଇ ଆରମ୍ଭ କରିଛି । 

ଆରବିଆଇର ନିର୍ଦ୍ଦେଶ ଅନୁସାରେ ଛୋଟ ଛୋଟ ସହରରେ ଥିବା ଏଟିଏମ ଗୁଡ଼ିକରୁ ୨୦୦୦ଟଙ୍କିଆ ନୋଟ ରହୁଥିବା ବକ୍ସକୁ ବାହାର କରାଯାଉଛି । ବଡ଼ ସହର ଗୁଡ଼ିକରେ ଏହି ପ୍ରକ୍ରୟାକ ଆରମ୍ଭ କରାଯାଇ ନାହିଁ । ୨୦୦୦ଟଙ୍କିଆ ବକ୍ସ ଜାଗାରେ ଏଟିଏମରେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ବକ୍ସ ବୃଦ୍ଧି କରାଉଛି ବ୍ୟାଙ୍କ । ପୁଣି ସରକାର ୨୦୦୦ ଟଙ୍କିଆ ନୋଟ ବନ୍ଦ କରିଛନ୍ତି ବୋଲି ସାଧାରଣ ଜନତା ନ ଭାବନ୍ତୁ । ତେଣୁ ଏପରି ଏଟିଏମରୁ ନୋଟ କମ କରି ଏହି ପ୍ରକ୍ରିୟା ଦ୍ୱାରା ୨୦୦ହଜାର ଟଙ୍କାର ବ୍ୟବହାର କମ କରାଇବ ବ୍ୟାଙ୍କ ।

ପୂର୍ବରୁ ଏଟିଏମରୁ ୨୦୦୦ଟଙ୍କିଆ ନୋଟ ବାହାରିବା ଦ୍ୱାରା ଖୁଚୁରା ଟଙ୍କା ପାଇଁ ସାଧାରଣ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଥିଲା । କିନ୍ତୁ ବଡ଼ ଧରଣର ଅର୍ଥ ଦେୟ ପାଇଁ ଏହି ୨ହଜାର ଟଙ୍କିଆ ନୋଟ ସୁବିଧା ହେଉଥିଲା । ବର୍ତ୍ତମାନ ପ୍ରଥମେ ଉତ୍ତର ପ୍ରଦେଶର ଏସବିଆଇ ଏଟିଏମରୁ ୨୦୦୦ଟଙ୍କିଆ ନୋଟ ବନ୍ଦ ପ୍ରକ୍ରିୟା ଆରମ୍ଭ କରାଯାଇଛି ।