ଅନଲାଇନରେ ବୁକିଂ କରିହେବ ସଂସ୍କୃତି ମଣ୍ଡପ

ଭୁବନେଶ୍ୱର:ଏଣିକି ସହଜ ହେବ ସଂସ୍କୃତି ମଣ୍ଡପକୁ ବୁକିଂ କରିବା । ଆଉ ସେଠାକୁ ଯାଇ ଚକ୍କର କିମ୍ବା ଲବି କରିବାକୁ ପଡିବ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ସେବା । 

ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ସଂସ୍କୃତି ମଣ୍ଡପର ଅନଲାଇନ ବୁକିଂ ଆରମ୍ଭ ହୋଇଛି । ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ, ଉକ୍ରଳ ମଣ୍ଡପ ଆଦି ମଣ୍ଡପକୁ ଅନଲାଇନରେ ବୁକିଂ କରିହେବ । ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ଓ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି ।  କୌଣସୀ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥା ପ୍ରଥମେ ସେଠାକୁ ଯାଇ ବୁକିଂ କରୁଥିଲେ । ଏବେ ଏହି ସୁବିଧା ଅନଲାଇନରେ ମିଳିବ । ଫଳରେ ବୁକିଂ ପାଇଁ ବାରମ୍ବାର ଦଉଡିବାକୁ ପଡିବ ନାହିଁ କିମ୍ବା ଲବି ମଧ୍ୟ କରିବାକୁ ପଡିବ ନାହିଁ । ଲୋକଙ୍କ ସୁବିଧାକୁ ନଜରରେ ରଖି ସରକାରଙ୍କ ତରଫରୁ ଏହି ସେବା ଆରମ୍ଭ ହୋଇଛି ।