ସକାଳ ୬ରୁ ରାତି ୯ଯାଏଁ ଖୋଲା ରହିବ ରାଜ୍ୟର ସମସ୍ତ ପାର୍କ

ଭୁବନେଶ୍ୱର:ଆଜିକାଲିର ବ୍ୟସ୍ତବହୁଳ ଜୀବନଯାପନରେ ଲୋକ ନିଜ ଅବସର ସମୟ କାଟିବା ପାଇଁ ରାଜ୍ୟର ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । 

ସହରାଞ୍ଚଳରେ ରହୁଥିବା ନାଗରିକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସମସ୍ତ ମହାନଗର ନିଗମ, ପୈାର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦ ସହ ବିଭନ୍ନ ଉନ୍ନୟନ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଥିବା ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ଥିବା ପାର୍କକୁ ସକାଳ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଦ୍ୱାରା ଲୋକମାନେ ନିଜ କର୍ମମୟ ଜୀବନରୁ ବାହାରି କିଛି ଅବସର ସମୟକୁ ମନରଞ୍ଜନ କରିବାରେ କିମ୍ବା ବ୍ୟାୟାମରେ ବ୍ୟବହାର କରିପାରିବେ । ଏହା ଦ୍ୱାରା ମନ ଓ ଶରୀର ସୁସ୍ଥ ରହିପାରିବ । ତେଣୁ ରାଜ୍ୟରେ ଥିବା ସବୁ ସର୍ବସାଧାରଣ ପାର୍କ ଏହି ନିର୍ଦ୍ଧାରିତ ସମୟରେ ଖୋଲା ରହିବ । ଯଦି କୈାଣସି ପାର୍କ ଅଧିକ ସମୟ ଖୋଲା ରହେ ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ।

ପାର୍କର ଆଧୁନିକୀକରଣ ତଥା ସମସ୍ତ ପାର୍କରେ ଖୋଲା ଜିମ, ପିଲାଙ୍କ ପାଇଁ ଖେଳ ଉପକରଣ ଆଦି ବ୍ୟବସ୍ଥା ପାଇଁ ସବୁ ପୈାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ପାର୍କର ପ୍ରବେଶ ଦ୍ୱାରରେ ଲିଖିତ ଭାବେ ଖୋଲା ରହିବାର ସମୟ ଓ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ କରାଯିବ । ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ପାର୍କ ଗୁଡ଼ିକ ପାଇର୍ ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ କରାଯିବ ।