ଟେନିସ ଖେଳାଳି ଜୋକୋଭିଚ କରୋନା ସଂକ୍ରମିତ

ବେଲଗ୍ରେଡ: ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୩୩ ବର୍ଷୀୟ ଜୋକୋଭିଚ ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି । ଏକଜିଭିଶନ ଚ୍ୟାରିଟ ମ୍ୟାଚ ଅବସରରେ ସେ କରୋନା ସଂସ୍ପର୍ଶରେ ଆସିଛନ୍ତି । ପୂର୍ବରୁ ବୁଲଗେରିଆର ଗ୍ରେଗୋର ଦିମୋତ୍ରିଭ, କ୍ରୋଏସିଆର ବୋର୍ଣ୍ଣ କୋରିଚ ଓ ସର୍ବିୟାର ଭିକ୍ଟର ତ୍ରୋଇକି ସଂକ୍ରମିତ ହୋଇ ସାରିଛନ୍ତି ।

ଦିମୋତ୍ରିଭ କରୋନା ପଜିଟିଭ ଜଣା ପଡିବା ପରେ ସେ ଅନ୍ୟମାନଙ୍କୁ ସେମାନଙ୍କ ଟେଷ୍ଟ କରାଇ ନେବା ପାଇଁ କହିଥିଲେ । ଟେଷ୍ଟ ପରେ ଏହି ଫଳାଫଳ ଆସିଥିଲା । ଏଥିନେଇ ସେ ସାଥୀ ଖେଳାଳିଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।