କଟକ : ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୯୨ଟି ବିଭିନ୍ନ ପଦପଦବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରିଛି ଓପିଏସସି। ୩୯୨ ପଦବିରୁ ୧୨୮ଟି ପଦବି ପାଇଁ ସଂରକ୍ଷିତ ରହିଛି। ଆଶାୟୀ ପ୍ରାର୍ଥୀମାନେ ଫେବୃଆରୀ ୧୨ ତାରିଖରୁ ଆବେଦନ କରିବା ପାରିବେ। ଫେବୃଆରୀ ୧୮ ଆବେଦନର ଶେଷ ତାରିଖ ରହିଛି। ସେଥିରୁ ପ୍ରଶାସନିକ ସେବା ପାଇଁ ୧୩୭ଟି ପଦବୀ ଉଦ୍ଦିଷ୍ଟ ଥିବାବେଳେ ଅର୍ଥନୀତିକ ସେବା (ଓଏଫ୍ଏସ୍) ପାଇଁ ୧୦୪, ପୋଲିସ ସେବା (ଓପିଏସ୍) ପାଇଁ ୦୬, ଓସିଏସ୍ ୮, ଓଆରଏସ୍ ୭୪ ଏବଂ ଓଟି ଏବଂ ଏଏସ୍ ପାଇଁ ୬୩ଟି ପଦବୀ ଉଦ୍ଦିଷ୍ଟ ।ରାଜ୍ୟରେ ୫ଟି ଜୋନରେ ଏହି ପରୀକ୍ଷା ହେବ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ୱଲପୁରରେ ପରୀକ୍ଷା କେନ୍ଦ୍ର ରହିଛି।
ଆାବେଦନ ଆଗ୍ରହୀ ପ୍ରାର୍ଥୀମାନେ ୨୧ରୁ ୩୨ ବର୍ଷ ବୟସ ଭିତରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ଯେ କୗଣସି ବିଷୟରେ ସ୍ନାତକ ହାସଲ କରିଥିବା ଜରୁରୀ । ଏହି ପରୀକ୍ଷା ପାଇଁ ଆବେଦନ ଦେୟ ୫୦୦ ଟଙ୍କା ରହିଛି । କିନ୍ତୁ ରାଜ୍ୟର ଅନୁସୂଚିତ ଜାତି, ଜନଜାତି ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ଲାଗି ଆବେଦନ ଦେୟମୁକ୍ତ ରହିଥିବା ଓପିଏସସି ବିଜ୍ଞପ୍ତିରେ କୁହାଯାଇଛି ।
ଜଣେ ପ୍ରାର୍ଥୀ ସର୍ବାଧିକ ୪ଥର ଏହି ପରି ପରୀକ୍ଷା ଦେବାକୁ ଯୋଗ୍ୟ ହେଇପାରିବେ । ହେଲେ ଅନୁସୂଚିତ ଜାତି ବା ଜନଜାତିର ପ୍ରାର୍ଥୀଙ୍କ ଲାଗି ଏହି କଟକଣା ନାହିଁ । ସେମାନେ ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ । ପ୍ରାର୍ଥୀମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ହେବ । ଯଦି ଆବେଦନ ଫର୍ମ ପୂରଣ କରିବା ପାଇଁ ସହାୟତା ଜରୁରୀ ହୁଏ ତେବେ ପ୍ରାର୍ଥୀମାନେ ହେଲ୍ପ ଲାଇନ୍ ସହାୟତା ନେଇପାରିବେ ।
notification for odisha civil services examination