ଉତ୍କଳ, ରମାଦେବୀ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନୋଟିସ୍‌

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନିଟି ବିଶ୍ୱବିଦ୍ୟାଳୟକୁ ନୋଟିସ୍ କରାଯାଇଛି। ଉତ୍କଳ, ରମାଦେବୀ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ନୋଟିସ କରାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା ସହାୟତା ରାଶିକୁ ସଠିକ୍ ଉପାୟରେ ଖର୍ଚ୍ଚ ହୋଇନି କିମ୍ବା ଖର୍ଚ୍ଚ ହୋଇଥିଲେ ବି କାମ ମନ୍ଥର ଗତିରେ ଚାଲିଥିବାକୁ ନେଇ ଏହି ନୋଟିସ୍ ହୋଇଛି।

ଏହି ତିନି ବିଶ୍ୱବିଦ୍ୟାଳୟକୁ RUSA ଗ୍ରାଣ୍ଟ ଦ୍ୱାରା କ୍ୟାମ୍ପସର୍ ଉନ୍ନୟନ ପାଇଁ ଅର୍ଥ ରାଶି ପ୍ରଦାନ ହୋଇଥିଲା। ତେବେ ଏହି ରାଶି  ଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ନଥିବା  ଅଭିଯୋଗ ହୋଇଥିଲା। ଏନେଇ ବିଭାଗ ପକ୍ଷରୁ ଏକ ଟିମ୍ ଯାଞ୍ଚ କରିଥିଲେ। ଏହାର ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିଥିଲା। ଯାହାକୁ ଅଧାର କରି ତିନି ବିଶ୍ୱବିଦ୍ୟାଳୟର କୁଳ ସଚିବ ଏବଂ R & Bର ମୁଖ୍ୟ ଯନ୍ତ୍ରୀଙ୍କୁ  ଚିଠି କରାଯାଇଥିଲା।