ପୌର ପରିଷଦ ନିର୍ବାଚନରେ ଏଥର ପ୍ରଥମ କରି ରହିବ ନୋଟା ବିକଳ୍ପ

ଭୁବନେଶ୍ୱର: ପ୍ରାର୍ଥୀ ପସନ୍ଦ ନହେଲେ ନୋଟାରେ ଭୋଟା ପୌର ପରିଷଦ ନିର୍ବାଚନରେ ଏଥର ପ୍ରଥମ କରି ରହିବ ଏମିତି ବିକଳ୍ପ । ସହରାଞ୍ଚଳ ଭୋଟରଙ୍କୁ ପ୍ରାର୍ଥୀଙ୍କ ଉପରେ ଅପସନ୍ଦ ଥିବା ନେଇ ମତା ମତ ଦେବାର ସୁଯୋଗ ମିଳିବ ଏଥର ପୌର ଭୋଟରେ । ରାଜ୍ୟ ନିର୍ବାଚନ କମିଶନ ଏଥର ଅର୍ବାନ ଇଲେକସନରେ ଇଭିଏମରେ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚାୟତ ଭୋଟ । ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଯାଉଛି ମତଦାନ । ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୈର ନିର୍ବାଚନ । ପ୍ରଥମ ଥର ପାଇଁ ଚଳିତ ପୈର ଭୋଟରେ ରହିବ ନୋଟା । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ପ୍ରାର୍ଥୀ ନା ପସନ୍ଦ ହେଲେ ନୋଟାରେ ଭୋଟ ଦେଇପାରିବେ ଭୋଟର । ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ରହୁଥିଲା ନୋଟା । ତେବେ ପ୍ରଥମ ଥର ପାଇଁ ପୌର ଭୋଟରେ ରହିବ ନୋଟା । ସମ୍ବିଧାନର ଧାରା ୨୪୩-ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ । ତେବେ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକରେ ଏଥର ପୌର ନିର୍ବାଚନରେ ଇଭିଏମ୍‌ର ବ୍ୟବହାର କରାଯିବ ବୋଲି କୁହାଯାଇଥିଲା । ଏଥିସହି ଚଳିତ ପୌର ନିର୍ବାଚନ ଲଢ଼ିବାକୁ ଥିବା ଆଶାୟୀଙ୍କୁ ପ୍ରାର୍ôଥପତ୍ର ଦାଖଲ ବେଳେ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ ପଡ଼ିବ । ଏହା ସହିତ ପୌର ନିର୍ବାଚନରେ ପ୍ରାର୍ଥୀମାନେ କେତେ ଅର୍ଥ ଖର୍ଚ୍ଚ କରିପାରିବେ, ସେ ସଂପର୍କରେ ସମସ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।