ଏପ୍ରିଲ ୨୦ରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରିପାରିବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ: ଗତକାଲିରୁ ଠାରୁ ଲକ୍ ଡାଉନ୍ ରେ କିଛିଟା କୋହଳ ହୋଇଛି । ତେବେ ଏହି କୋହରେ ଇ-କମର୍ସ ମଧ୍ୟ ସାମିଲ ରହିଛି । ମାତ୍ର ଏହି ଇ-କମର୍ସ କମ୍ପାନୀ ଆମାଜନ୍‌, ଫ୍ଲିପକାର୍ଡ ଆଦି ସଂସ୍ଥା କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରିପାରିବେ । ଏ ନେଇ ଆଜି ଗୃହମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଦେଶରେ ଲକଡାଉନ୍ ଅବଧି ମେ ୩ ଯାଏ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ପ୍ରାଥମିକ ଭାବରେ ଇ-କମର୍ସ କମ୍ପାନୀ ମାନେ ବ୍ୟବସାୟ କରିପାରିବେ ବୋଲି ଜଣାପଡ଼ିଥିଲା। ହେଲେ ରବିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସମସ୍ତ ଦ୍ୱନ୍ଦ୍ୱ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଜରୁରୀ ସେବା ବାଦ୍ ଏପ୍ରିଲ ୨୦ (ସୋମବାର)ରୁ ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।