ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ

ନୂଆଦିଲ୍ଲୀ: ଏପ୍ରିଲ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ହୋଇଛି । ବିଭିନ୍ନ ସ୍ଥାନରୁ ଚୁଡାନ୍ତ ତାଲିକା ମିଳିବା ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇଯିବ।

ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୭ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବ। ତାମିଲନାଡୁର ସମସ୍ତ ୩୯ଟି ଯାକ ସଂସଦୀୟ କ୍ଷେତ୍ରରେ ଏପ୍ରିଲ ୧୮ରେ ମତଦାନ ହେବ। ସେହିପରି କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତରପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ ଆସନ, ଛତିଶଗଡ ଓ ପଶ୍ଚିମବଙ୍ଗର ୩ଟି
ଲେଖାଏଁ ଲୋକସଭା ଆସନ, ଜାମ୍ମୁ ଓ କାଶ୍ମୀରର ୨ଟି ଆସନ ଓ ମଣିପୁର, ତ୍ରିପୁରା ଏବଂ ପୁଦୁଚେରୀର ଗୋଟିଏ ଲେଖାଏଁ  ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ।

ରାଜ୍ୟର ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ।

ବରଗଡ଼ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ  ଝାରସୁଗୁଡ଼ା ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଓ ବଣେଇ ବିଧାନସଭା ଆସନରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ବଲାଙ୍ଗୀର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବୀରମହାରାଜପୁର, ସୁବର୍ଣ୍ଣପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼ ଓ କଣ୍ଟାବାଞ୍ଝି ବିଧାନସଭା ଆସନରେ ଏପ୍ରିଲ ୧୮ ତାରିଖରେ ମତଦାନ ଅନୁଷ୍ଠିତ ହେବ। ସେହିପରି କନ୍ଧମାଳ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବାଲିଗୁଡା, ଜି. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଅନ୍ୟପକ୍ଷରେ ଆସ୍କା ଲୋକସଭା ଆସନ ଏବଂ ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନରେ ଏପ୍ରିଲ ୧୮ ତାରିଖରେ ମତଦାନ ଅନୁଷ୍ଠିତ ହେବ।