ନୋଏଡାର ଖେଳନା କମ୍ପାନୀରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୋଏଡାରେ ଅଗ୍ନିକାଣ୍ଡ । ସେକ୍ଟର ୬୩ ରେ ଥିବା ଏକ ଖେଳନା ତିଆରି କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ କର୍ମୀ ମଧ୍ୟ ଉପସ୍ଥିତ ଅଛନ୍ତି ।