ଦୁଇ ଦିନିଆ କୋରପୁଟ ଗସ୍ତରେ ନୋଡାଲ୍‌ ଅଫିସର୍‌ ଡାକ୍ତର ସୌରଭ ଗର୍ଗ

ଜୟପୁର: ନୋଡାଲ୍‌ ଅଫିସର୍‌ ଭାବେ ଦାୟିତ୍ୱରେ ଥିବା ଡାକ୍ତର ସୌରଭ ଗର୍ଗ ସୋମବାର ସକାଳେ ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି।

ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ଜୟପୁର ବିମାନ ବନ୍ଦରରେ ଅବତରଣ କରିଥିଲେ। ତାଙ୍କ ସହ ଆସିଛନ୍ତି ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଶିଶୁ ଏବଂ ମହିଳା ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନେ।

ଆଜି ଶ୍ରୀ ଗର୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୌରଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ରଣ୍ଡାପାଲିରେ ଥିବା କୋଲ୍‌ଡ୍‌ ଷ୍ଟୋରେଜ୍‌ ବୁଲି ଦେଖିଛନ୍ତି। ଏଥିସହ ସେ ବୋରିଗୁମ୍ମା ନିକଟ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି।

ପରେ ସେ ବୋରିଗୁମ୍ମା ବ୍ଲକ୍‌ରେ ଶ୍ରମ ବିଭାଗ ଆୟୋଜନ କରୁଥିବା କାର୍ଯ୍ୟକ୍ରମରେ ଯୋଗଦେବେ।ଆଜି ସେ କୋରାପୁଟରେ ରାତ୍ରୀଯାପନ କରିବେ। ଆସନ୍ତାକାଲି ସେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍‌ ଗସ୍ତରେ ଯିବେ।