ନୋବେଲ୍‌ ପୁରସ୍କାର : ମେଡିସିନ୍‌ ପାଇଁ ମିଳିତ ଭାବେ ୩ ବୈଜ୍ଞାନିକ ମନୋନୀତ

ନୂଆଦିଲ୍ଲୀ:  ମେଡିସିନ୍‌ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ଏହା ପ୍ରଦାନ କରାଯିବ।  ଓ୍ଵିଲିୟମ୍‌ କେଲିନ୍‌ ଜୁନିୟର୍‌, ସାର୍ ପିଟର୍‌ ଜେ ରେକ୍ଟକ୍ଲିଫ୍‌ ଓ  ଗ୍ରୀଗ୍‌ ସିମୋଞ୍ଜାଙ୍କୁ ବିଶ୍ବର ଶ୍ରେଷ୍ଠ ପୁରସ୍କାର ଲାଗି ମନୋନୀତ କରାଯାଇଛି।  ମଣିଷ ଶରୀରର କୋଷଗୁଡ଼ିକ କିପରି ଅମ୍ଳଜାନର ଉପଲବ୍ଧତାକୁ ଅନୁଭବ  କରିପାରି ତାହାକୁ ଗ୍ରହଣ କରନ୍ତି ସେ ସଂପର୍କରେ ଗବେଷଣା କରି ଏହି ସର୍ବୋଚ୍ଚ ପୁରସ୍କାର ପାଇଁ ସେମାନେ ଯୋଗ୍ୟ ବିିବେଚିତ ହୋଇଛନ୍ତି।