ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାର ପ୍ରସ୍ତାବ ନାହିଁ- କେନ୍ଦ୍ର ଅର୍ଥ ରଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ । ଲୋକସଭାରେ ଏମିତି ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର । ସୋମବାର ଲୋକସଭାରେ...

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ । ଲୋକସଭାରେ ଏମିତି ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର । ସୋମବାର ଲୋକସଭାରେ ସେ ବିଜେଡି ସାଂସଦଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି । ଗୃହରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଠାକୁର କହିଛନ୍ତି, ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କେନ୍ଦ୍ର ସରକାରଙ୍କ ବିଚାରରେ ସେପରି କୌଣସି ପ୍ରସ୍ତାବ ନାହିଁ। ଉତ୍ତର-ପୂର୍ବ ଓ ହିମାଳୟାନ ରାଜ୍ୟଗୁଡ଼ିକ ପରି ଓଡ଼ିଶାକୁ ମଧ୍ୟ ୯୦:୧୦ ଅନୁପାତରେ କେନ୍ଦ୍ର ପ୍ରାୟୋଜିତ ଯୋଜନା ଦେବାର ଅନୁମତି ରହିଛି।’ ଏହା ବ୍ୟତୀତ ସେ ଆହୁରି କହିଛନ୍ତି ଯେ ୧୪ତମ ଅର୍ଥ ମନ୍ତ୍ରୀ ନିଜର ମାନଦଣ୍ଡ ନିର୍ଦ୍ଧାରଣରେ ସ୍ୱତନ୍ତ୍ର ରାଜ୍ୟ ଓ ସାଧାରଣ ରାଜ୍ୟ ମଧ୍ୟରେ ସେପରି କୌଣସି ପୃଥକୀକରଣ କରିନାହାନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସାରିଛନ୍ତି। ଲଗାତର ଭାବେ ରାଜ୍ୟ ସରକାର କେନ୍ଦ୍ରରେ ଏ ନେଇ ଦାବି କରିଥିବା ସୂଚନା ରହିଛି।

Spread the love
Categories
ଓଡିଶାବଡ ଖବର

RELATED BY