ବିନା ପଞ୍ଜିକରଣରେ ଓଡ଼ିଶା ଫେରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଲକ୍ ଡାଉନ୍ ପରେ ବିନା ପଞ୍ଜିକଣରେ ଓଡ଼ିଶା ଫେରିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏ ସଂକ୍ରାନ୍ତରେ ରାଜ୍ୟ ଗୃହ ନିର୍ମାଣ ଏବଂ ନଗରାଞ୍ଚଳ ବିକାଶ ବିଭାଗ ଏକ ପତ୍ର ଜାରି କରିଛି। ଏଥିରେ କୁହାଯାଇଛି ଯେ ଲକ୍‌ଡାଉନ୍ ପ୍ରତ୍ୟାହାର କରି ନିଆଯିବା ପରେ ହିଁ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଫେରି ପାରିବେ। କିନ୍ତୁ, ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ସରକାରୀ ପୋର୍ଟାଲ୍‌ ଜରିଆରେ ପଞ୍ଜିକରଣ କରିବାକୁ ପଡ଼ିବ। ତା’ପରେ ଯାଇ ସେମାନେ କୌଣସି ଗ୍ରାମପଂଚାୟତ କିଂବା ସହରାଞ୍ଚଳକୁ ଆସି ପାରିବେ। ନାମ ପଞ୍ଜିକରଣ କରାଇବା ପରେ କୌଣସି କାରଣରୁ ଓଡ଼ିଶାକୁ ଫେରିବାକୁ ନ ଚାହୁଁଥିବା ବ୍ୟକ୍ତିବିଶେଷ ନିଜ ପରିବାର ଜରିଆରେ କିଂବା ସିଧାସଳଖ ନୋଡାଲ୍‌ ଅଫିସର୍‌ଙ୍କୁ ଫୋନ୍ କରି ପଞ୍ଜିକରଣ ବାତିଲ ମଧ୍ୟ କରିପାରିବେ।