ଆଜିଠାରୁ ପାନ ଖାଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦେବାକୁ ପଡ଼ିବ ଜୋରିମାନା

ପୁରୀ: ପୁରୀ ଶ୍ରୀମନ୍ଦିରକୁ ପାନ ଓ ଗୁଟଖା ଖାଇ ପ୍ରବେଶ କରିବା ଉପରେ ରୋକ ଲଗାଯାଇଥିବା କଟକଣା ଆଜି ଠାରୁ ଲାଗୁ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଥିବା ନିଷ୍ପତି ଅନୁଯାୟୀ ଏଣିକି କୈାଣସି ଭକ୍ତ କିମ୍ବା ସେବାୟତ ପାନ ଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବ ନାହିଁ । 

ଆଜି ଠାରୁ ଶ୍ରୀମନ୍ଦିର ମଧ୍ୟକୁ ପାନ ,ଗୁଟଖା ନିଷେଧ ଉପରେ ଆଜି ଠାରୁ କଟକଣା ଲାଗୁ କରାଯାଇଛି । ଶ୍ରୀମନ୍ଦିର ମଧ୍ୟକୁ କୈାଣସି ବ୍ୟକ୍ତି ପାନ ଓ ଗୁଟଖା ନେଇ କିମ୍ବା ଖାଇ ପ୍ରବେଶ କରିପାରିବା ନେଇ ବାରଣ କରାଯାଇଛି । ଶ୍ରୀମନ୍ଦିରରେ ପାନ ଖାଇ ଧରାପଡ଼ିଲେ ୫ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ହୋଇଥିବା ବୈଠକରେ ନିଷ୍ପତି ହୋଇଛି ।

ସୂଚନାଯୋଗ୍ୟ, ଜୁଲାଇ ୨୯ରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ହୋଇଥିବା ବୈଠକରେ ଶ୍ରୀମନ୍ଦିର ଭିତରକୁ ସେବାୟତଙ୍କ ଠାରୁ ଭକ୍ତଙ୍କ ପର୍ଯ୍ୟନ୍ତ କେହି ପାନ ଖାଇ ପ୍ରବେଶ କରିବା ଉପରେ ବାରଣ ପାଇଁ ନିଷ୍ପତି ନିଆଯାଇଥିଲା । ଅଗଷ୍ଟ ୧ ତାରିଖରୁ ଏହି କଟକଣା ଲାଗୁ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ଶ୍ରୀମନ୍ଦିରରେ ପାନ ଖାଇ ଧରାପଡ଼ିଲେ ୫ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ ।