ସଂଧ୍ୟା ପୂର୍ବରୁ ନାଇଟ ପିନ୍ଧିଥିବା ମହିଳାଙ୍କ ଦେହରୁ ନାଇଟ ଚୋରାଇ ଆଣିଲେ ମିଳେ ହଜାର ଟଙ୍କାର ପୁରସ୍କାର, କେଉଁଠି ରାତି ଆଗରୁ ନାଇଟ ପିନ୍ଧିବା ମନା

ପଶ୍ଚିମ ଗୋଦାବରୀ : ନାଇଟ ପୂର୍ବରୁ ମହିଳାଙ୍କୁ ନାଇଟ ପିନ୍ଧିବା ମନା । ଆଉ ସଂଧ୍ୟା ପୂର୍ବରୁ ମହିଳା ଯଦି ସେମାନଙ୍କ ପୋଷାକ ନାଇଟ ପିନ୍ଧନ୍ତି ତେବେ ସେମାନଙ୍କୁ ତଣ୍ଡ ଦେବାକୁ ପଡିବ ଅର୍ଥାତ ଜୋରିମାନ ଭରିବାକୁ ହେବ । କାହିଁକି ନା ସଂଧ୍ୟା ପୂର୍ବରୁ ଗାଁର କୈଣସି ମହିଳା ନାଇଟ ( ମହିଳା ମାନଙ୍କ ପୋଷାକ ) ପିନ୍ଧିବା ମନା କରାଯାଇଛି । ସକାଳ ୭ରୁ ସଂଧ୍ୟା ୭ ଭିତରେ ଯଦି ଗାଁର କୈଣସି ମହିଳା ନାଇଟ ପିନ୍ଧିବାର ଦେଖାଯାଏ ତେବେ ସେମାନଙ୍କୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଆଉ ଯଦି ମହିଳାଙ୍କ ଠୁ ଏହି ସମୟରେ କିଏ ନାଇଟ ପିନ୍ଧିଥିବା ଦେଖି ଦେହରୁ ଚୋରାଇ ।ଣିବେ ତେବେ ସେମାନଙ୍କୁ ୧ ହଜାରେ ଠଙ୍କା ପୁରଷ୍କାର ମିଳିବ । ଏମିତି ଅଦଭୁତ କଟକଣା ରହିଛି ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ଗାଁରେ ।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଗୋଟିଏ ଗାଁ’ରେ ମହିଳାମାନେ ନାଇଟି ପିନ୍ଧିବା ଛାଡ଼ି ଦେଇଛନ୍ତି। ସେଠାକାର ବରିଷ୍ଠ ଗ୍ରାମବାସୀଙ୍କ କହିବା ଅନୁସାରେ ନାଇଟି ରାତି ପାଇଁ ଲୋଡ଼ା।
ଟୋକଲାପଲ୍ଲୀ ନାମକ ସେ ଗାଁ’ର ରହୁଥିବା ୧୮୦୦ରୁ ଉର୍ଦ୍ଧ୍ୱ ମହିଳା ଯେମିତି ୯ ଜଣିଆ ବରିଷ୍ଠ ବ୍ୟକ୍ତିଙ୍କର କମିଟିର ଆଦେଶ ଅମାନ୍ୟ ନ କରନ୍ତି ସେଥିପାଇଁ ପୁରସ୍କାର ଓ ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଯେ କୌଣସି ମହିଳା ନାଇଟି ପିନ୍ଧିଥିବା ଦେଖିଲେ ସମ୍ପୃକ୍ତ ମହିଳାଙ୍କୁ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି କେହି ସମ୍ପୃକ୍ତ ମହିଳାଙ୍କ ଠାରୁ ନାଇଟି ଚୋରାଇ ଆଣି ପାରିବେ ତାଙ୍କୁ ୧୦୦୦ ଟଙ୍କା ପୁରସ୍କାର ମିଳିବ।

୯ ମାସ ହେବ ଆଇନ୍‌ ଜାରି କରାଯାଇଥିଲେ ବି ଗୁରୁବାର ଦିନ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହା ପରେ ଯାଇ ତଦନ୍ତ କରିବାକୁ ଶୁକ୍ରବାର ଦିନ ରାଜସ୍ୱ ବିଭାଗର କର୍ମଚାରୀମାନେ ସେ ଗାଁ’ରେ ପହଞ୍ଚିଛନ୍ତି।
କେତେକ ଗ୍ରାମବାସୀ କହନ୍ତି ଯଦି କେହି ଜରିମାନା ନ ଦିଅନ୍ତି ବରିଷ୍ଠମାନେ ତାଙ୍କୁ ସାମାଜିକ ବାସନ୍ଦ କରାଇବେ। କୌଣସି ସରକାରୀ ଅଧିକାରୀଙ୍କୁ ଏ କଥା ନ କହିବାକୁ ସେମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି। ଟୋକଲାପଲ୍ଲୀର ସରପଞ୍ଚ ଫାଣ୍ଟାସିଆ ମହାଲକ୍ଷ୍ମୀ କହନ୍ତି: ନାଇଟି ପିନ୍ଧି ବାହାରେ ଲୁଗାପଟା ଧୋଇବା, ତେଜରାତି ଦୋକାନକୁ ଯିବା ସଭାସମିତିରେ ବସିବା ଶୋଭନୀୟ ନୁହେଁ। ନାଇଟି ନିଷିଦ୍ଧ କରିବାକୁ କେତେକ ମହିଳା ବରିଷ୍ଠ ଲୋକଙ୍କ ଆଗରେ ନିବେଦନ କରିଥିଲେ।
କିନ୍ତୁ ଏହାକୁ ଅମାନ୍ୟ କଲେ ସାମାଜିକ ବାସନ୍ଦ ବ୍ୟବସ୍ଥା କଥାକୁ ସେ ଅସ୍ୱୀକାର କରିଛନ୍ତି।